ଦୁନିଆରେ ଏମିତି ଏକ ଜୀବ, ନିଜେ ସ୍ଥିର କରେ ଜନ୍ମ ତାରିଖ

ନୂଆଦିଲ୍ଲୀ- ଆଜି ମଣିଷ ଚିକିତ୍ସା ବିଜ୍ଞାନ ସହାୟତାରେ ନିଜର ପସନ୍ଦର ତିଥି, ବାର, ତାରିଖରେ ସନ୍ତାନ ଜନ୍ମ ଦେଉଛି । କିନ୍ତୁ ଏହା ପ୍ରକୃତିକ ଉପାୟରେ ସମ୍ଭବ ହେବନାହିଁ । ହେଲେ ଦୁନିଆରେ ଏମିତି ଏକ ଜୀବ ରହିଛି, ଯିଏ ନିଜ ଇଛାରେ ଜନ୍ମର ତିଥି, ତାରିଖ ନିର୍ଦ୍ଧାରଣ କରେ । କଥାଟା ଶୁଣିବାକୁ ଅବିଶ୍ୱସନୀୟ ଲାଗି ଥିଲେ ମଧ୍ୟ ଶତ ପ୍ରତିଶତ ସତ । ଏହା ଆମେ କହୁନୁ, ରିସର୍ଚ୍ଚରୁ ସାମ୍ନାକୁ ଆସିଛି ।

ଇଜରାଏଲର ଜେରୁଜେଲମରେ ହିବ୍ରୁ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ନାଚୁରାଲ ବାର୍ଥର କ୍ଷମତା ରଖିଥିବା ପ୍ରାଣୀ ଉପରେ ଗବେଷଣା କରିଛନ୍ତି । ଏହି ଜୀବଟି ଯେମିତି ନିଜ ଇଛା ମୁତାବକ ଜନ୍ମ ନେଉଛି, ସେମିତି କରିବାକୁ ବାୟୋଲୋଜିକାଲ ପ୍ରୋସେସ ଖୋଜି ବାହାର କରିଛନ୍ତି, ଯାହା ଏହି କାମ କରିବାରେ ସକ୍ଷମ ହେବ । ଏହି ଗବେଷଣା ପାଇଁ ସେମାନେ ଭିନ୍ନ ଭିନ୍ନ ଭୃଣକୁ ନେଇ ପରୀକ୍ଷା କରିଛନ୍ତି । ଭୃଣଙ୍କୁ ଏକ ବିଶେଷ ପାରିପାର୍ଶିକ ପରିବେଶରେ ବିକଶିତ ହେବାକୁ ସୁଯୋଗ ଦେଲେ । ତେବେ ଯେଉଁ ଜୀବଠାରୁ ଗବେଷକ ପ୍ରୋତ୍ସାହନା ପାଇଛନ୍ତି, ଆସନ୍ତୁ ଜାଣିବା ସେହି ଜୀବଟି କିଏ ଓ କେଉଁଠି ମିଳିଥାଏ ।

ସାଧାରଣତଃ ମାଛଙ୍କ ନିକଟରେ ଏହି କ୍ଷମତା ରହିଛି । ମାଛ ନିଜ ମନମୁତାବକ ତାରିଖରେ ନିଜ ଇଛାରେ ପିଲା ଜନ୍ମ ଦେଇଥାନ୍ତି । ହେଲେ ଜିବ୍ରା ଫିସ ଏହି ମାମଲାରେ ଟିକେ ଅଲଗା । ଜିବ୍ରା ଫିସର ଭୃଣ ଥାଇରୋଟ୍ରାମ୍ପିନ- ରିଲିଜିଂ ହଜ୍ନୋନ ବାହାର କରିପାରେ । ଏହା ଶରୀରକୁ ଗତିଶୀଳ କରିବାରେ ବ୍ୟବହୃତ ରାସାୟନ ଏଞ୍ଜାଇମ ନିର୍ଗତ କରିଥାଏ, ଯାହା ଅଣ୍ଡାର ଖୋଳପାକୁ ତରଳାଇବା କାମ କରେ ।

ଗବେଷକଙ୍କ ରିସର୍ଚ୍ଚରୁ ଜଣା ପଡିଛି କି, ଅଣ୍ଡା ଧାରଣ ପ୍ରକ୍ରିୟା ବା ହେଚିଂରେ ମହତ୍ୱପୂର୍ଣ୍ଣ ଭୁମିକା ତୁଲାଇଥାଏ । ମାଛମାନେ ଅନୁକୂଳ ପରିବେଶରେ ହେଚିଂ କରିଥାନ୍ତି । ବିଶେଷ ରୂପେ ସେତେବେଳେ, ଯେତେବେଳେ ଜନ୍ମ ହେଉଥିବା ପିଲାର ଜୀବନ ପ୍ରତି ସେମାନଙ୍କର ସନ୍ଦେହ ଉପୁଜେ । ମାଛ ଭିନ୍ନ ଭିନ୍ନ ଉପାୟରେ ହେଚିଂ କରିଥାନ୍ତି । ଜିବ୍ରା ପିସ ଦିନର ଆଲୋକର ଅପେକ୍ଷା କରିଥାଏ । କ୍ଲୋନପିସ ଓ ହେଲିବଟ ରାତିକୁ ପ୍ରସବ ପାଇଁ ବାଛିଥାନ୍ତି । କାଲିଫର୍ନିୟା ଗ୍ରୁନିୟନ ମାଛ ଅପେକ୍ଷା କରେ ସମୁଦ୍ର ଲହରି ତାକୁ ଓ ଅଣ୍ଡାକୁ ବୋହିନେଇଯାଉ ।

ଏହା ସମ୍ଭବ ହୋଇଥାଏ ଏକ ଖାସ ହର୍ମୋନ ଓ ସର୍କିଟ ପରିବର୍ତ୍ତନ ପାଇଁ । ତେଣୁ ଜିବ୍ରା ମାଛ ପିଲାଙ୍କୁ ଦୁନିଆକୁ ବାହାର କରିବା ପାଇଁ ଅପେକ୍ଷା କରେ । ହର୍ମୋନ ରକ୍ତ ଜରିଆରେ ହେଚିଂ ଗ୍ଲାଣ୍ଡରେ ପହଞ୍ଚେ । ଏହା ପରେ ନ୍ୟୁରଲ ସର୍କିଟ ଜାଣିପାରେ କେବେ ପିଲା ଜନ୍ମ କରିବା ଦରକାର । ଏହି ସର୍କିଟ ଠିକ ହେଚିଂ ଆଗରୁ ସୃଷ୍ଟିହୋଇଥାଏ ଓ ହେଚିଂ ପରେ ପରେ ସରିଯାଏ ।