fbpx

ପାର୍ବଣରେ ଅଲୌକିକ ଘଟଣା! ରାତି ୩ଟାରେ ଅଚାନକ ଲିଭି ଯାଉଛି ଷ୍ଟ୍ରିଟ୍ ଲାଇଟ୍, ଏହାପରେ ଦୃଶ୍ୟମାନ ହେଉଛି ରକ୍ତଛିଟା, ସିନ୍ଦୁର, ଫୁଲ ଆଉ ଦୀପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ମା’ଙ୍କର ପାର୍ବଣ ଋତୁ ଚାଲିଥିବା ବେଳେ ଲୋକମାନେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚାରେ ବ୍ୟସ୍ତ ରହୁଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଅଲୌକିକ ଘଟଣା ସାମ୍ନାକୁ ଆସିଛି । ରାତିରେ ଅଚାନକ ଷ୍ଟ୍ରିଟ୍ ଲାଇଟ୍ ଲିଭିଯାଉଛି ପୁଣି ଜଳି ଉଠୁଛି । ଖାଲି ସେତିକି ନୁହେଁ ସେହି ସମୟ ଭିତରେ ରାସ୍ତାରେ କଣ୍ଟା ମରା ହୋଇଥିବା ଲେମ୍ବୁ, ଜଳୁଥିବା ଦୀପ, ସିନ୍ଦୁର, ରକ୍ତଛିଟା ଓ ଫୁଲ ଆଦି ଦେଖିବାକୁ ମିଳୁଛି । ସେହି ସମୟରେ ଅଣ୍ଟା ତଳକୁ ଧଳା ଲୁଗା ପରିଧାନ କରିଥିବା କାହାକୁ ଦେଖିବାକୁ ମିଳୁଛି । ପାଖକୁ ଗଲେ ସେହି ଦୃଶ୍ୟ ଉଭେଇ ଯାଉଛି । ଏହି ଅଘଟଣକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଏକ ଅଜଣା ଭୟ ସୃଷ୍ଟି ହେବା ସହ ସେମାନେ ସନ୍ଧ୍ୟା ହେଲେ ଘର ଦୁଆର ବନ୍ଦ କରିଦେଉଛନ୍ତି । ଏଥିସହିତ ପୁଅ, ଝିଅଙ୍କୁ ବାପା, ମା’ମାନେ ବନ୍ଧୁବାନ୍ଧବଙ୍କ ଘରକୁ ପଠାଇ ଦେଉଥିବା ଜଣାଡ଼ିଛି ।

ଖବର ମୁତାବକ, ଜଗତସିଂହପୁର ଜିଲ୍ଲା ପାରାଦୀପର ଅଢଙ୍ଗ-ପାରିଅଙ୍ଗ ଗ୍ରାମର ଶ୍ମଶାନ ରାସ୍ତା ଉପରେ ଦେଖିବାକୁ ମିଳୁଛି । ଏଭଳି ଅଘଟଣ । ବର୍ତ୍ତମାନ ପାର୍ବଣ ପକ୍ଷ ଚାଲିଥିବାରୁ କୌଣସି ତାନ୍ତ୍ରିକ ତନ୍ତ ପରୀକ୍ଷା କରୁଥାଇ ପାରନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଏଭଳି ଅଘଟଣା ନିକଟ ଗ୍ରାମରେ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛି ରାତି ୧୧ଟାରୁ ୩ଟା ସମୟରେ ଘଟୁଛି ଏପରି ଅଘଟଣ । ଷ୍ଟ୍ରିଟ୍ ଲାଇଟ୍ ମାତ୍ର ୧୫ ମିନିଟ୍ ପାଇଁ ଲିଭି ଯାଉଛି । ଆଉ ସେହି ଅଳ୍ପ ସମୟ ମଧ୍ୟରେ ରାସ୍ତା ଉପରକୁ ଲେମ୍ବୁ, ଦୀପ, ସିନ୍ଦୁର କେମିତି ଆସୁଛି ତାହା ଏକ ବଡ଼ ଚିନ୍ତାଜନକ ବିଷୟ ।

ପୂର୍ବରୁ ପାଖ ଗାଁରେ ଏଭଳି ଅଘଟଣ ଦେଖିବାକୁ ମିଳୁଥିବା ବେଳେ ତା’ ଦ୍ୱାରା ଲୋକମାନେ ପ୍ରଭାବିତ ହେଉଥିଲେ । ୧୮ରୁ ୨୫ ବର୍ଷ ବୟସର କିଛି ଯୁବତୀ ଜ୍ୱରରେ ଆକ୍ରାନ୍ତ ହେଉଥିଲେ । ସବୁଠାରୁ ବଡ଼ କଥା ହେଉଛି ମେଡିକାଲ ଚେକ୍ ଅପ୍ କଲେ ରିପୋର୍ଟରେ କିଛି ଆସୁନଥିଲା । ଏଥିସହିତ ପୀଡ଼ିତାମାନେ କିଛି ଅସ୍ୱାଭାବିକ ଆଚରଣ କରୁଥିବା ମଧ୍ୟ ଲୋକେ କହିଛନ୍ତି । ଏବେ ପୁଣି ଏକ ଗାଁରେ ଏଭଳି ଅଘଟଣ ଦେଖିବା ପରେ ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି । ତେବେ ପୂର୍ବ ପୁରୁଷ ସମୟରୁ ଗାଁରେ ଏଭଳି ଅଘଟଣର ପୁନରାବୃତ୍ତି ହେଉଥିବା ମଧ୍ୟ କିଛି ଲୋକ କହିଛନ୍ତି । ବର୍ତ୍ତମାନ ମା’ଙ୍କର ନବରାତ୍ରୀ ଚାଲିଥିବାରୁ ଏହା କ’ଣ ମା’ଙ୍କର ମହିମା ବୋଲି କିଛି ଲୋକ ସନ୍ଦେହ କରୁଥିବା ବେଳେ ଆଉ କିଛି ଏହା ଭୂତ, ପ୍ରେତ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏଭଳି ଅଦ୍ଭୂତ ଘଟଣାକୁ ନେଇ ଲୋକମାନେ ରାତିରେ ଠେଙ୍ଗା, ବାଡ଼ି ଧରି ପହରା ଦେଉଥିବା ଜଣାପଡ଼ିଛି । ଧଳାଲୁଗା ପିନ୍ଧା ଯେଉଁ ଚେହେରାଟି ସାମ୍ନାକୁ ଆସୁଛି ତା’ ପାଖକୁ ଗଲେ ତାହା ଇଭେଇ ଯିବା ମଧ୍ୟ ଲୋକଙ୍କ ମନରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି । ଏହି ଅଘଟଣକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.