ନୂଆଦିଲ୍ଲୀ: ଶିଳ୍ପ୍ରପତି ଆନନ୍ଦ ମହିନ୍ଦ୍ରା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଭିଡିଓ ଦେଖି ଏକଦମ୍ ଆଚମ୍ବିତ ହୋଇଗଲେ ଓ ଖୁସିରେ ଚାକିରୀ କରିବା ନେଇ ଅଫର୍ ମଧ୍ୟ ଦେଇଦେଲେ । ବାସ୍ତବରେ ଭିଡିଓରେ ଥିବା ବ୍ୟକ୍ତିଙ୍କ ହାତଗୋଡ ନାହିଁ କିନ୍ତୁ ସେ ନିଜର ଦିବ୍ୟାଙ୍ଗତାକୁ ଏକ ସମସ୍ୟା ବୋଲି ଭାବିନାହାନ୍ତି ବରଂ ଜୀବନରେ ନିଜ ପରିଶ୍ରମ ବଳରେ ଆଗେଇ ଚାଲିଛନ୍ତି ।
ଚାରିଟି ଯାକ ହାତଗୋଡ ଦିବ୍ୟାଙ୍ଗ ହୋଇଥିବା ସତ୍ତେ୍ୱ ଏହି ବ୍ୟକ୍ତି ଜଣକ ଏକ ଭିଡିଓରେ ଅତ୍ୟାଧୁନିକ ରିକ୍ସା ଚଳାଉଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଥିବା ଦିବ୍ୟାଙ୍ଗ ଜଣେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି । ସେ ନିଜ ଗାଡ଼ି ସମ୍ପର୍କରେ କହୁଛନ୍ତି । ସେ ଚଳାଉଥିବା ଗାଡ଼ିରେ ଏକ ସ୍କୁଟିର ଇଞ୍ଜିନ୍ ରହିଛି ଓ ଭିଡିଓ କରୁଥିବା ବ୍ୟକ୍ତିଙ୍କ ଅନୁରୋଧ ପରେ ସେ ବିନା କୌଣସି ଅଙ୍ଗରେ ନିଜ ଗାଡ଼ିକୁ ଚଳାଉଛନ୍ତି ।
ତେବେ ଆନନ୍ଦ ମହିନ୍ଦ୍ରା ଏହି ବ୍ୟକ୍ତିଙ୍କ ଭିଡିଓକୁ ସେୟାର୍ କରି କହିଛନ୍ତି ଯେ, ଆଜି ମୁଁ ମୋ ଟାଇମ୍ ଲାଇନ୍ ରେ ଯେଉଁ ଭିଡିଓ ସେୟାର୍ କରୁଛି ଜାଣିନି ତାହା କେତେ ପୁରୁଣା ଓ କେଉଁଠିକାର ଭିଡିଓ । ହେଲେ ମୁଁ ଏହାକୁ ଦେଖି ଆଚମ୍ବିତ । ଯିଏକି କେବଳ ନିଜର ଅକ୍ଷମତାକୁ ସାମନାକୁ କରୁନାହାନ୍ତି ବରଂ ତାଙ୍କ ପାଖରେ ଯାହାବି ଅଛି ସେଥିରେ ହିଁ କାମ କରୁଛନ୍ତି ।
Received this on my timeline today. Don’t know how old it is or where it’s from, but I’m awestruck by this gentleman who’s not just faced his disabilities but is GRATEFUL for what he has. Ram, can @Mahindralog_MLL make him a Business Associate for last mile delivery? pic.twitter.com/w3d63wEtvk
— anand mahindra (@anandmahindra) December 27, 2021
ଏହାପରେ ଆନନ୍ଦ ନିଜର ସହଯୋଗୀ ରାମ ଓ ମହିନ୍ଦ୍ରା ଲଜିଷ୍ଟିକ୍ ଙ୍କୁ ଟ୍ୟାଗ୍ କରି ପଚାରିଛନ୍ତି ଯେ, “ରାମ, କଣ ତାଙ୍କୁ ଲାଷ୍ଟ ମାଇଲ୍ ଡେଲିଭେରୀ ପାଇଁ ବିଜନେସ୍ ଆସୋସିଏଟ୍ କରିପାରିବା?” । ସୂଚନାଯୋଗ୍ୟ ଯେ, ଜାନୁଆରୀରେ ମହିନ୍ଦ୍ରା ଲଜିଷ୍ଟିକ୍ସ, ୬ଟି ସହରରେ ଇଳେକ୍ଟ୍ରିକ୍ ଲାଷ୍ଟ-ମାଇଲ୍ ଡେଲିଭେରୀ ସର୍ଭିସ୍ ଆରମ୍ଭ କରିଛି ।