fbpx

(Video) ଗଣେଶ ବିସର୍ଜନରେ ଝୁମିଲେ ଅନନ୍ତ-ରାଧିକା, ଦେଖନ୍ତୁ କିପରି ଦୁହେଁ ଦୁହିଁଙ୍କୁ କରୁଛନ୍ତି ହୋଲି

ନୂଆଦିଲ୍ଲୀ: ଅମ୍ବାନୀ ପରିବାରରେ ଗଣେଶଙ୍କ ଆଗମନରେ ଉତ୍ସାହ ଦେଖିବାକୁ ମିଳିଛି। ଖୁବ ଧୁମଧାମର ସହ ଗଣପତି ବାପାଙ୍କୁ ସ୍ୱାଗତ କରାଯାଇଛି। ପୂଜା-ଅର୍ଚନା ଏବଂ ଗ୍ରାଣ୍ଡ ସେଲିବ୍ରେସନ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଦେଖିବାକୁ ମିଳିଛି। ଏହା ବ୍ୟତୀତ ବଲିଉଡ ଷ୍ଟାରମାନେ ମଧ୍ୟ ଅମ୍ବାନୀଙ୍କ ପରିବାରର ଏହି ସେଲିବ୍ରେସନରେ ସାମିଲ ହୋଇଛନ୍ତି। ୨ ଦିନ ସେଲିବ୍ରେସନ ପରେ ରବିବାର ଦିନ ଗଣେଶଙ୍କୁ ବିସର୍ଜନ କରାଯାଇଛି। ଯେଉଁ ଧମାକା ସହ ବାପାଙ୍କୁ ସ୍ୱାଗତ କରାଯାଇଥିଲା, ସେତିକି ଧୁମଧାମର ସହ ତାଙ୍କୁ ବିଦାୟ ଦେଇଛନ୍ତି ଅମ୍ବାନୀ ପରିବାର। ଏହି ସମୟରେ ସମସ୍ତଙ୍କ ଉପରେ ମସ୍ତିର ରଙ୍ଗ ଚଢିଯାଇଥିଲା। ତେବେ ଏହି ମୋମେଣ୍ଟ ମଧ୍ୟ କ୍ୟାପଚର ହୋଇଛି।

ଅମ୍ବାନୀ ପରିବାର ଏବଂ ଷ୍ଟାରଙ୍କ ଟଲେି ମସ୍ତି କରିବା ଦେଖିବାକୁ ମିଳିଛି। ତେବେ ଏହି ବିସର୍ଜନରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚେଣ୍ଟ ଗଣପତି ବାପାଙ୍କ ରଙ୍ଗରେ ରଙ୍ଗେଇ ହୋଇଛନ୍ତି। ଏହି ନୂଆ ବିବାହିତ ଦମ୍ପତ୍ତି ପରିବାର ସହ ଡାନ୍ସ କରି ମସ୍ତି କରିବା ଦେଖିବାକୁ ମିଳିଛି। ଏହି ମସ୍ତିର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ଯେଉଁଥିରେ ଅନନ୍ତ ଭିଡ ମଧ୍ୟରେ ରାଧିକାଙ୍କୁ ରଙ୍ଗ ବୋଳିଛନ୍ତି। ଏହାର କିଚି ସମୟ ପରେ ରାଧିକା ତାଙ୍କ ଉପରେ ପାଣି ପକାଉଛନ୍ତି। ଅନନ୍ତ ଏଠାରେ ହସୁଛନ୍ତି ଏବଂ ରାଧିକାଙ୍କୁ ଆହୁରି ରଙ୍ଗ କରୁଛନ୍ତି। ପାଖରେ ଥିବା ଲୋକେ ଏହାକୁ ଦେଖି ଆହୁରି ଖୁସି ହେଉଛନ୍ତି।

 

View this post on Instagram

 

A post shared by Instant Bollywood (@instantbollywood)

Get real time updates directly on you device, subscribe now.