fbpx
BSKY SKY
BSKY SKY

ଅନନ୍ତ ଅମ୍ବାନୀଙ୍କ Pre-wedding menu: ଅତିଥିଙ୍କ ପାଇଁ ହେବ ୨୫୦୦ ପ୍ରକାରର ବ୍ୟଞ୍ଜନ

BSKY

ଓଡ଼ିଶା ଭାସ୍କର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ତେଣୁ ଏହାକୁ ନେଇ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଗୁଜୁରାଟର ଜାମନଗରରେ ପ୍ରି-ୱେଡିଂ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଆଉ ତାଙ୍କର ଏହି ଗ୍ରାଣ୍ଡ ପ୍ରି-ୱେଡିଂ ଉତ୍ସବକୁ ନେଇ ସବୁଠି ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ତେବେ ଏହି ଉତ୍ସବରେ ଦେଶ ସମେତ ଅନ୍ତର୍ଜାତୀୟ ସ୍ତରରୁ ବହୁ ବଡ଼ ବଡ଼ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏକ ରାଜକୀୟ ଢଙ୍ଗରେ ପ୍ରି-ୱେଡିଂ ଉତ୍ସବ ଆୟୋଜନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରି-ୱେଡିଂ ଉତ୍ସବରେ ଯୋଗ ଦେବା ପାଇଁ ମୋଟ ୧୦୦୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଆଉ ଏହି ୧୦୦୦ ଜଣ ଅତିଥିଙ୍କ ପାଇଁ ୨୫୦୦ ପ୍ରକାରର ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି। ତେବେ ଜଳଖିଆରେ ୭୦ ରୁ ଅଧିକ ବିକଳ୍ପ ଅନ୍ତର୍ଭୂକ୍ତ ହେବ, ମଧ୍ୟାହ୍ନ ଭୋଜନ ପାଇଁ ୨୫୦ ରୁ ଅଧିକ ବିକଳ୍ପ ଏବଂ ରାତ୍ରୀ ଭୋଜନ ପାଇଁ ୨୫୦ ରୁ ଅଧିକ ବିକଳ୍ପ । ସେହିପରି ଅତିଥିମାନଙ୍କ ପାଇଁ ଭେଜାନ୍ ଡିସ୍ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଅଛି। ଏହା ସହ ମଧ୍ୟରାତ୍ରିର ସ୍ନାକ୍ସ ମଧ୍ୟ ଅତିଥିଙ୍କୁ ଯୋଗାଇ ଦିଆଯିବ। ତେବେ ୩ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ କୌଣସି ବି ବ୍ୟଞ୍ଜନ ପୁନରାବୃତ୍ତି ହେବ ନାହିଁ ବୋଲି ଜଣାପଡିଛି।

ଏକ ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଆଶା କରାଯାଉଥିବା ଅତିଥିଙ୍କ ମଧ୍ୟରେ ମେଟା ସିଇଓ ମାର୍କ ଜୁକରବର୍ଗ, ମୋର୍ଗାନ୍ ଷ୍ଟାନଲି ସିଇଓ ଟେଡ୍ ପିକ୍, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ, ଡିଜନି ସିଇଓ ବବ୍ ଆଇଗର୍, ବ୍ଲାକ୍ରକ୍ ସିଇଓ ଲ୍ୟାରି ଫିଙ୍କ, ଆଡନୋକ ସିଇଓ ସୁଲତାନ ଅହମ୍ମଦ ଅଲ ଜାବର ଏବଂ ଏଲ ରୋଥଚିଲ୍ଡ ପ୍ରମୁଖ ଅଛନ୍ତି। ଏହିପରି ସମଗ୍ର ବିଶ୍ୱରୁ ବହୁ ଭିଭିଆଇପି ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେବେ ବୋଲି ଆଶା କରାଯାଉଛି।

 

Get real time updates directly on you device, subscribe now.