fbpx

Video: ପୁଣି ସେଇ ବାରିମୂଳ ଆଶ୍ରମ, ଜନ୍ମାଷ୍ଟମୀରେ ସାରଥୀଙ୍କ ପ୍ରେମରେ ଉବୁଟୁବୁ ଭକ୍ତ

କେନ୍ଦ୍ରାପଡ଼ା: ପୁଣି ସାରଥୀ ଭକ୍ତଙ୍କ ଲାଗିଲା ଭିଡ। ଅନ୍ଧବିଶ୍ୱାସ ହେଉକି ବିଶ୍ୱାସ ଲୋକଙ୍କର ଖାତିର ନାହିାଁ ନା ଅଛି ପ୍ରଶାସନକୁ ଡର ନା ଅଛି ଅଦାଲତର ନିର୍ଦ୍ଦେଶକୁ ଖାତିରା ନିଜେ ସାରଥୀ ଭକ୍ତିରେ ଅନ୍ଧ ହୋଇ ଅନ୍ୟମାନଙ୍କୁ ବି ଅନ୍ଧବିଶ୍ୱାସ ରେ କରୁଛନ୍ତି ସାମିଲା ଆତ୍ମଘୋଷିତ ବାବା ସାରଥୀଙ୍କୁ ଭୁଲି ପାରୁନାହାନ୍ତି ଭକ୍ତ। ସାରଥୀଙ୍କ ପଲଙ୍କ ସେବା,ଆଣ୍ଟୁଆ ଗୋପାଳ ବେଶକୁ ଝୁରି ହେଉଛନ୍ତି ଭକ୍ତ। ମନେ ପଡିଯାଉଛି କି ମାନ୍ୟବର..ସଂସାର ଦେଖ୍, ଶରୀର ଦେଖ୍, ଇଶ୍ୱର ଦେଖ୍। ଏଭଳି କିଛି ହୀନ୍ଦି ଓଡିଆ ମିଶା ପ୍ରବଚନ। ସେଥିପାଇଁତ ଅଦାଲତର ସମସ୍ତ ନିର୍ଦ୍ଦେଶକୁ ଫୁକରି ସାରଥୀଙ୍କ ପୂଜାର୍ଚ୍ଚନା କରିଛନ୍ତି ତାଙ୍କ ଅନୁଗାମୀ।

ବାବା ସାରଥୀ ଓରଫ ସନ୍ତୋଷ ରାଉଳ। ଯିଏ ମିଠା ମିଠା ପ୍ରବଚନ ଦେଇ ,ସରଳ ଲୋକଙ୍କ ବିଶ୍ୱାସ ଜିତି ନିଜକୁ ସାରଥୀ ବାବାରେ ପରିଣତ କରିଥିଲେ। ଗୋଲକୁଣ୍ଡା ହୋଟେଲରେ ଜମେ ଯୁବତୀଙ୍କ ସହ ଧରାପଡି ଫସି ଯାଇଥିଲେ। ଲୋକଙ୍କୁ ଲୁଟିବା ସହ ଏପରି କାଣ୍ଡ ଭିଆଇଥିଲେ ଯେ କେନ୍ଦାପଡା ସହ ସାରା ରାଜ୍ୟରେ ଏହା ଚହଳ ପକାଇଥିଲା।

ସ୍ଥିତି ଏମିତି ହୋଇଥିଲାଯେ ବାବା ସାରଥୀଙ୍କ ବାରିମୂଳ ଆଶ୍ରମରେ ତାଲା ଝୁଲିଥିଲା । ଗୋଟିକ ପରେ ଗୋଟିଏ କେଳାଙ୍କାରୀ ଉପରୁ ପରଦା ହଟି ରାଜ୍ୟସାରା ବ୍ୟାପକ ଆନ୍ଦୋଳନ ହେବାସହ ସାରଥୀ ବି ଗିରଫ ହୋଇଥିଲେ। ଏସବୁ ଘଟଣାକୁ ଭୁଲି ପୁଣି କେତେଜଣ ସାରଥୀ ଭକ୍ତ ଲାଗିପଡିଛନ୍ତି ସାରଥୀଙ୍କ ପୂଜାର୍ଚ୍ଚନାରେ। ଏସବୁ ଭିତରେ କିଏ ଖୋଲିଲା ଆଶ୍ରମ ? ସାଧରଣ ଲୋକଙ୍କୁ ଅନୁମତି ନଥିବା ବେଳେ ଏହା କିପରି ଘଟିଲା ବୋଲି ସମସ୍ତଙ୍କ ମନରେ ଉଠୁଛି ପ୍ରଶ୍ନ।

Get real time updates directly on you device, subscribe now.