fbpx

ଧୂମ୍ରପାନ କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସିଲେ ହୋଇପାରେ କ୍ୟାନ୍ସର: ଅଧ୍ୟୟନରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଚାରିପାଖରେ ରହୁଥିବା ଲୋକମାନଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ରହିପାରେ । ‘ଦ ଲାନସେଟ୍ ଜର୍ନାଲ୍’ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଏହାର ଖୁଲାସା ହୋଇଛି । ଅଧ୍ୟୟନରେ କୁହାଯାଇଛି ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଖାପାଖି ରହିବାରୁ ଫୁସଫୁସରେ ପ୍ରବେଶ କରୁଥିବା ଧୂଆଁ କ୍ୟାନ୍ସରର ଦଶମ ସବୁଠାରୁ ବଡ଼ କାରକ ।

ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଅନୁମାନ କରିଛନ୍ତି ଯେ, ପ୍ରତିଦିନ ଧୂମପାନ କରୁଥିବା ବ୍ୟକ୍ତିଙ୍କ ଚାରିପାଖରେ ରହୁଥିବା ସମସ୍ତଙ୍କ ଫୁସଫୁସରେ ତମାଖୁ ଧୂଆଁ ପ୍ରବେଶ କରିଥାଏ ।

ଏହି ଉପାୟରେ ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ ଅନୁପାତ ଜାଣିବା ପାଇଁ ସେମାନେ ସର୍ଭେ କରିଥିଲେ । ଅଧ୍ୟୟନରୁ ଜଣାପଡିଛି ଯେ ଧୂମପାନ, ମଦ୍ୟପାନ ଏବଂ ଅତ୍ୟଧିକ ଓଜନ କ୍ୟାନ୍ସର ରୋଗ ପାଇଁ ପ୍ରମୁଖ କାରଣ ।

ଏହା ପରେ, ଅସୁରକ୍ଷିତ ଯୌନ ସମ୍ପର୍କ, ବ୍ଲଡରେ ଶର୍କରା ସ୍ତର ଅଧିକ, ବାୟୁ ପ୍ରଦୂଷଣ, ଆଜବେଷ୍ଟସ ପ୍ରଦୂଷଣର ସଂସ୍ପର୍ଶରେ ଆସିବା, ଶସ୍ୟ ଏବଂ କ୍ଷୀର କମ୍ ମାତ୍ରାରେ ସେବନ ଏବଂ ଧୂମପାନ କରୁଥିବା ଅନ୍ୟ ଲୋକଙ୍କ ଉପସ୍ଥିତି ମଧ୍ୟ ଏହାର କାରଣ ଅଟେ । ଏହିସବୁ କାରଣରୁ ୨୦୧୯ ରେ ୩୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.