fbpx

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ : ପ୍ରମୋଦଙ୍କ ସହ ତିନି ଭାରତୀୟ ମହିଳା ଜିତିଲେ ସ୍ୱର୍ଣ୍ଣ ପଦକ

ବ୍ୟାକଂକ (ଥାଇଲାଣ୍ଡ): ଗତ ବର୍ଷର ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଥିବା ପ୍ରମୋଦ ଭଗତ ଏଠାରେ ଅନୁଷ୍ଠିତ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡ୍ୟାନିଏଲ ବେଥେଲଙ୍କ ଠାରୁ ୧୩- ୨୧,୧୯-୨୧ରେ ହାରି ରୌପ୍ୟ ପଦକ ପାଇ ଥିବା ବେଳେ ସୁକାନ୍ତ କମଦଙ୍କୁ ସାଥୀ କରି ପୁରୁଷ ଡବଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏସଏଲ୩- ଏସଏଲ-୪ କ୍ୟାଟେଗୋରୀ ପୁରୁଷ ଡବଲ୍ସ ଫାଇନାଲରେ ଭଗତ-ସୁକାନ୍ତ ଯୋଡି ଇଣ୍ଡୋନେସିଆ ଯୋଡି ଦ୍ୱିୟୋକୋ ଓ ଫ୍ରେଡି ସେତିଆୱାନଙ୍କୁ ୨୧-୧୮, ୨୧- ୧୩ରେ ପରାସ୍ତ କରିଛନ୍ତି ।

ତେବେ ପୁରୁଷ ସିଙ୍ଗଲ୍ସ ଟାଇଟଲ ଲଢ଼େଇରେ ଭଗତ ଇଂଲଣ୍ଡର ଡ୍ୟାନିଏଲ ବେଥେଲଙ୍କ ଠାରୁ ପରାଜିତ ହୋଇ ଥିବା ବେଳେ ସୁକାନ୍ତ କଦମ ମଧ୍ୟ ଅନ୍ୟତମ ସିଙ୍ଗଲ୍ସ ଫାଇନାଲରେ ଫ୍ରାନ୍ସର ଲୁକାସ ମେଜୁରଙ୍କ ଠାରୁ ୧-୨୧ଓ ୧୭- ୨୧ରେ ହାର ମାନିଛନ୍ତି। ମାତ୍ର ଭାରତର ମନଦୀପ କୌର, ମନିଷା ରାମଦାସ ମହିଳା ସିଙ୍ଗଲ୍ସ ଫାଇନାଲରେ ଭାରତର ମାନସୀ ଏବଂ ଜାପାନର କେଦେ କାମେୟାନାଙ୍କୁ ହରାଇ ସ୍ୱର୍ଣ ପଦକ ଅକ୍ତିଆର କରିଛନ୍ତି ।

ଏହା ସହିତ ଭାରତର ଅନ୍ୟତମ ମହିଳା ଖେଳାଳି ନିତ୍ୟାଶ୍ରୀ ଶ୍ରୀ ସୁମଥୀ ସିଭନ ଆଉ ଏକ ମହିଳା ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ରାଚେଲ ଚୁଙ୍ଗଙ୍କୁ ୨୧-୯, ୨୪-୨୨ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି । ସେହିରି ଭାରତୀୟ ମହିଳା ଯୋଡି ମାନସୀ ଓ ଶାନ୍ଥିୟା ବିଶ୍ୱନାଥନ ମହିଳା ଡମଲ୍ସ ଫାଇନାଲରେ ଥାଇଲାଣ୍ଡ ଯୋଡି ନିାଦା ଓ ଚାନିଦାଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି ।

Get real time updates directly on you device, subscribe now.