fbpx

ଘରେ ରଖୁଛନ୍ତି କି ତାଜମହଲର ମୂର୍ତ୍ତି? ଜାଣି ରଖନ୍ତୁ ଏହାର ପରିଣାମ

ଘରକୁ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ଆମେ ଅନେକ ସମୟରେ ଭିନ୍ନ ଭିନ୍ନ ଜିନିଷ ମାଧ୍ୟମରେ ଘରକୁ ସଜାଇଥାଉ । କିନ୍ତୁ ବେଳେବେଳେ ଘରକୁ ସାଜସଜା ପାଇଁ ଆମେ ଏପରି କିଛି ବସ୍ତୁ ବ୍ୟବହାର କରିଥାନ୍ତି ଯାହାକି ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭ ବୋଲି କୁହାଯାଇଥାଏ । ଏହି ସବୁ ଜିନିଷ ରଖିବା ଦ୍ୱାରା ଘର ତ ସୁନ୍ଦର ଦେଖାଯାଏ କିନ୍ତୁ ବାସ୍ତୁ ଦୋଷ ହୋଇଥାଏ । ଏଥିସହିତ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଯାହାଫଳରେ ଘରେ ସର୍ବଦା ସମସ୍ୟା ଓ ଅଶାନ୍ତି ଲାଗି ରହିଥାଏ । ଅନେକ ସମୟରେ ଆପଣମାନେ ଘରର ସୁନ୍ଦରତା ପାଇଁ ତାଜମହଲର ମୂର୍ତ୍ତି ଘରେ ସଜାଇଥାନ୍ତି । ଏଥି ସହିତ ତାଜମହଲକୁ ପ୍ରେମର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଆପଣ ଜାଣିଛନ୍ତି କି ଘରେ ତାଜମହଲ ରଖିବା ଦ୍ୱାରା କଣ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ତାଜମହଲ ରଖିଲେ କଣ ଶୁଭ ଓ ଅଶୁଭ ଫଳ ମିଳିଥାଏ ।

ଘରେ ତାଜମହଲ ରଖିବା ଅଶୁଭ ହୋଇଥାଏ : ତାଜମହଲକୁ ପ୍ରମର ପ୍ରତୀକ କୁହାଯାଇଥାଏ । କିନ୍ତୁ ଶାହାଜାହାଁ ତାଜମହଲ ସେତେବେଳେ ତିଆରି କରିଥିଲେ ଯେତେବେଳେ ମୁମତାଜଙ୍କର ମୃତ୍ୟୁ ହୋଇଯାଇଥିଲା । ଏଥିସହିତ ସାହାଜାହାଁ ତାଜମହଲେ ତାଙ୍କ ପତ୍ନିଙ୍କ ସମାଧି ମଧ୍ୟ ତିଆରି କରିଛନ୍ତି । ହିନ୍ଦୁ ଧର୍ମ ଅନୁସାରେ ଘରେ ସମାଧିର ଫଟୋ ରଖିଲେ ଏହା ଅଶୁଭ ହୋଇଥାଏ । ତେଣୁ ଘରେ ତାଜମହଲର ଫଟୋ କିମ୍ବା ମୂର୍ତ୍ତି ଘରେ ରଖନ୍ତୁ ନାହିଁ ।

ବାସ୍ତୁ ଅନୁସାରେ ତାଜମହଲକୁ ଅଶୁଭ କୁହାଯାଏ: ବାସ୍ତୁ ଶାସ୍ତ୍ର ଅନୁସାରେ ମଧ୍ୟ ତାଜମହଲକୁ ଅଶୁଭ ବୋଲି କୁହାଯାଇଥାଏ । କାରଣ ଏହା ହେଉଛି ଦୁଃଖ,ମୃତ୍ୟୁ ଓ ଯନ୍ତ୍ରଣାର ପ୍ରତୀକ । ତେଣୁ ଏପରି ଜିନିଷ ଘରେ ରଖିବା ଦ୍ୱାରା ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଯାହା ଦ୍ୱାରା ଘରେ କଳି ଝଗଡା ଓ ଅଶାନ୍ତି ସୃଷ୍ଟି ହୋଇଥାଏ । ଏଥିସହିତ ପରିବାର ଲୋକଙ୍କର ସର୍ବଦା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ବାସ୍ତୁ ଦୋଷ ମଧ୍ୟ ଉତ୍ପନ ହୋଇଥାଏ । । ତେଣୁ ଏହାର ଫଟୋ କିମ୍ବା ମୂର୍ତ୍ତି ଘରେ ରଖନ୍ତୁ ନାହିଁ ।

ଗିପ୍ଟରେ ଦିଅନ୍ତୁ ନାହିଁ ତାଜମହଲ: ତାଜମହଲ ହେଉଛି ଏକ ଶ୍ମଶାନ । ବାସ୍ତୁଶାସ୍ତ୍ର ଅନୁସାରେ ଶ୍ମଶାନ ପରି ଜିନିଷକୁ ଗିପ୍ଟରେ ଦିଆଯାଇ ନଥାଏ କି ନିଆଯାଇ ନଥାଏ । ତେଣୁ କାହାକୁ ଗିପ୍ଟରେ ତାଜମହଲ ଦିଅନ୍ତୁ ନାହିଁ । ତେବ ଆପଣଙ୍କୁ ଗିପ୍ଟରେ ଯଦି ତାଜମହଲର ଫଟୋ କିମ୍ବା ମୂର୍ତ୍ତି ମିଳିଛି ତାହାଲେ ତାକୁ ଘରେ ରଖନ୍ତୁ ନାହିଁ ।

Get real time updates directly on you device, subscribe now.