fbpx

ପୁଣି ଦୁନିଆ ଦେଖିବ ମୃତ୍ୟୁର ତାଣ୍ଡବ! ଗୋଟିଏ ସପ୍ତାହରେ ୧୫ ଶହରୁ ଅଧିକ ମୃତ୍ୟୁ: କ’ଣ ହେବ ଭବିଷ୍ୟତ?

ନୂଆଦିଲ୍ଲୀ: ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ସାରା ବିଶ୍ୱକୁ କବଳିତ କରିଥିଲା, ଏବେ ପୁଣିଥରେ ଫେରୁଛି ମୃତ୍ୟୁର ସେହି ଦାନବ । ମାତ୍ର କେଇଟା ଦିନରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ଏହି ଭୂତାଣୁ । ଏବେ ପୁଣିଥରେ ମୃତ୍ୟୁର ତାଣ୍ଡବ ରଚିବା ପାଇଁ ଆସୁଛି ଭୟଙ୍କର ଭାଇରସ୍ । ୨ ବର୍ଷର ବ୍ରେକ ପରେ ପୁଣିଥରେ କମବ୍ୟାକ କରୁଛି କରୋନା ମହାମାରୀ । ଆମେରିକାରେ କରୋନା ପୁଣିଥରେ ମୃତ୍ୟୁର ତାଣ୍ଡବ ଆରମ୍ଭ କରିଛି । ପୁଣିଥରେ ଲୋକଙ୍କ ମନରେ ଭାଇରସକୁ ନେଇ ଦେଖାଦେଇଛି ଆତଙ୍କ । ଚାହୁଁ ଚାହୁଁ ସାରା ଦେଶରେ ମୃତ୍ୟୁର କରାଳ ରୂପ ଦେଖିବାକୁ ମିଳିଛି । କରୋନା ଫେରିବାର ମାତ୍ର ଗୋଟିଏ ସପ୍ତାହ ଭିତରେ ପ୍ରାୟ ୧୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

ଆମେରିକାରେ ପୁଣିଥରେ ଆରମ୍ଭ ହୋଇଛି ମୃତ୍ୟୁର ତାଣ୍ଡବଲୀଳା । ରିପୋର୍ଟ ଅନୁସାରେ, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାର ୧,୫୫୫ ଜଣ ବ୍ୟକ୍ତି ଏହି ଭାଇରସର ଶିକାର ହୋଇଛନ୍ତି । ।ମର୍ଚ୍ଚ ମାସ ପରେ ପ୍ରଥମ ଥର ପାଇଁ ଏତେ ଲୋକଙ୍କ ମୃତ୍ୟୁ ହୋଇଥିବା ରେକର୍ଡରୁ ଜଣାଯାଇଛି । ସେପ୍ଟେମ୍ବର ୨ ତାରିଖରୁ ୮ ତାରିଖ ମଧ୍ୟରେ ଦେଶର ୧,୫୫୫ ଜଣ କରୋନା ଭାଇରସ୍ ଯୋଗୁଁ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ଏହି ସପ୍ତାହକ ମଧ୍ୟରେ ଦେଶରେ ମୋଟ ୧,୬୫,୭୦୫ ନୂଆ ମାମଲା ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ସେପ୍ଟେମ୍ବର ୨ ତାରିଖ ପୂର୍ବରୁ ଦେଶରେ ୧,୭୭,୫୭୩ ଜଣ ସଂକ୍ରମିତ ରହିଥିଲେ ।

ତେବେ କରୋନାର ସଂକ୍ରମଣ ମାମଲା ଆହୁରି ଅଧିକ ହୋଇପାରେ ବୋଲି ଆଶା କରାଯାଉଛି । ବିଭିନ୍ନ ହସ୍ପିଟାଲ ଏବଂ ରାଜ୍ୟ କୋଭିଡ ଡାଟା ରିପୋର୍ଟ ଜାରି କରି ନାହାନ୍ତି । ଏହାବ୍ୟତୀତ କୋଭିଡ ଲ୍ୟାବ୍ ମଧ୍ୟ କମ୍ ରହିଛି କାରଣ ଅଧିକାଂଶ ଲୋକ ଏବଂ ଡାକ୍ତର ଘରେ ନିଜର ଟେଷ୍ଟ କରାଇ ନେଉଛନ୍ତି । ଆମେରିକାରେ କୋଭିଡ-୧୯ ଲହର ଏବେ ମଧ୍ୟ ଜାରି ରହିଥିଲେ ମଧ୍ୟ କିଛି ଅଞ୍ଚଳରେ ସଂକ୍ରମଣ ହାର ହ୍ରାସ ପାଇଛି । ତେବେ ବିଶେଷ କରି ୬୫ ବର୍ଷରୁ ଅଧିକ ଏବଂ ୨ ବର୍ଷରୁ କମ୍ ବୟସର ପିଲାମାନେ ଏଥିରେ ସଂକ୍ରମିତ ହେଉଛନ୍ତି । ତେବେ ୨୦୧୯-୨୦ ମସିହାରେ କରୋନାର ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ମୃତ୍ୟୁର ତାଣ୍ଡବ ଏବେ ବି ଆମେରିକା ବାସୀଙ୍କୁ ଆତଙ୍କିତ କରି ରଖିଛି ।

Get real time updates directly on you device, subscribe now.