fbpx

ପୁଣି ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ : ରିକ୍ଟର ସ୍କେଲର ତିବ୍ରତା ୫.୮

ନୂଆଦିଲ୍ଲୀ : ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପୁଣି ଭୂମିକମ୍ପର ଝଟକା । ଏହାର ତିବ୍ରତା ୫.୮ ଥିବା ଭଳି ଅନୁଭୁତ ହୋଇଛି । ଚଳିତ ବର୍ଷ ଏହା ତୃତୀୟ ଥର ଭୂମିକମ୍ପ । ସୂଚନା ଅନୁସାରେ, ଶନିବାର ଦିନ ଭୂମିକମ୍ପରେ ଥରି ଉଠିଥିଲା ଆଣ୍ଡାମାନ ଦ୍ୱୀପପୁଞ୍ଜ । ଦ୍ୱୀପପୁଞ୍ଜର କେନ୍ଦ୍ର ସ୍ଥଳିରେ ୧୦ କିଲୋମିଟର ଗଭୀରତା ରହିଛି । ସେହିଭଳି ନ୍ୟାସନାଲ ସେଣ୍ଟର ଫର ସସ୍ମୋଲୋଜି ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ତଳି ୬୯ କିଲୋମିଟରର ଗଭୀରତା ରହିଛି ।

ଏହା ପୂର୍ବରୁ ଜାନୁଆରୀ ମାସରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ତିବ୍ରତା ୪.୯ ରେକର୍ଡ କରାଯାଇଥିବା ବେଳେ ନ୍ୟାସନାଲ ସେଣ୍ଟର ଫର ସସ୍ମୋଲୋଜି ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳି ୭୭ କିମି ପର୍ଯ୍ୟନ୍ତ ଗଭୀରତା ରହିଛି । ଅନ୍ୟପକ୍ଷେ ଆଣ୍ଡାମାନ ଦ୍ୱୀପପୁଞ୍ଜର ଦ୍ୱିତୀୟ ଭୂନିକମ୍ପ ମାର୍ଚ୍ଚରେ ଆସିଥିଲା । ପ୍ରଥମ ଝଟକାର ତିବ୍ରତା ୩.୮ ଥିବା ବେଳେ ଦ୍ୱିତୀୟ ଝଟକାର ତିବ୍ରତା ୫ ବିଶିଷ୍ଟ ଆସିଥିଲା । ଗତବର୍ଷ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ୨୪ ଘଣ୍ଟା ମଧ୍ୟରେ ଦୁଇ ଥର ଝଟକା ଆସିଥିଲା ।

Get real time updates directly on you device, subscribe now.