ପ୍ରତିଶୃତି ପୁରଣ କରିବା ଦିଗରେ ସରକାର, ମାତ୍ର ୯୯ ଟଙ୍କାରେ ମିଳିବ ମଦ

ନୂଆଦିଲ୍ଲୀ: ସବୁ ବ୍ରାଣ୍ଡର ମଦର ଦାମ୍ ମାତ୍ର ୯୯ ଟଙ୍କା । ଏକଥା ଆମେ କହୁନାହୁଁ ବରଂ ଏଭଳି କିଛି ଯୋଜନା କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ନୂଆ ମଦ ନୀତି ଆରମ୍ଭ କରିବାକୁ ଯାଉଛନ୍ତି । ଏହି ନିୟମ ଅନୁସାରେ ଯେକୌଣସି ବ୍ରାଣ୍ଡର 180 ଏମଏଲ ମଦର ଦାମ୍ ୯୯ ଟଙ୍କା ରହିଛି ।

ଖବର ଅନୁସାରେ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିକୁ ପୂରଣ କରିବା ପାଇଁ କାମ ଆରମ୍ଭ କରିଛନ୍ତି । ବିଧାନସଭା ନିର୍ବାଚନ ସମୟରେ ଭଲ ମଦକୁ କମ୍ ଦାମରେ ଦେବା ପାଇଁ ଭୋଟରଙ୍କୁ ପ୍ରତିଶୃତି ଦେଇଥିଲେ । ତେବେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପାଇଁ ଚନ୍ଦ୍ରବାବୁ ମଦ ଦୋକାନର ସାଇଲେନ୍ସ ପାଇଁ ରହିଥିବା ନୀତିରେ ପରିବର୍ତ୍ତନ କରିଛନ୍ତି । ମଦ ଦୋକାନକୁ ସରକାରୀରୁ ପ୍ରାଇଭେଟ କରାଯିବ ।

ସୂଚନ ଅନୁସାରେ, ବର୍ତ୍ତମାନ ସୁଦ୍ଧା 113 ଲିକର ଦୋକାନ ପାଇଁ 5ହଜାର 825 ଆବେଦନ ଆସିଛି । ଆବେଦନ କର୍ତ୍ତାଙ୍କ ସାମ୍ନାରେ ହିଁ ଲଟ୍ରି ସିଷ୍ଟମ ଅନୁସାରେ ସିଲେକ୍ଟ କରାଯିବ । କିଛି ଜଣଙ୍କୁ ରିଜର୍ଭ ମଧ୍ୟ ରଖାଯିବି । ତେବେ ଏହି ସବୁ ନୀତି ଲାଗୁ କରିବା ଦ୍ବାରା ସବୁ ବ୍ରାଣ୍ଡର ମଦର ଦାମ୍ ୯୯ ଟଙ୍କା ରହିବ । ମଦର କ୍ବାଲିଟି, କ୍ବାଣ୍ଟିଟି ଏବଂ ଅଫଡୋବିଲିଟିକୁ ଧ୍ୟାନରେ ରଖି ନୂଆ ମଦ ନୀତି ତିଆରି କରାଯାଇଛି । ସବୁ ମଦ ଦେକାନକୁ 2 ବର୍ଷର ଲାଇସେନ୍ସ ମିଳିବ । ଆନ୍ଧ୍ରପ୍ରଦେଶରେ ସକାଳ 10ଟାରୁ ରାତି 10 ଯାଏଁ ମିଳିବ ମଦ ।

Get real time updates directly on you device, subscribe now.