fbpx

ନୂଆ ଟିମ୍‌ ଗଢିବେ ଜଗନ: ଆନ୍ଧ୍ରରେ ଏକାଥରକେ ଇସ୍ତଫା ଦେଲେ ୨୪ ମନ୍ତ୍ରୀ, ଏପ୍ରିଲ ୧୧ରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ

Advertisement

ନୂଆଦିଲ୍ଲୀ: କ୍ୟାବିନେଟ୍‌ ପୁନର୍ଗଠନ କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ସେଥିପାଇଁ ଗୁରୁବାର ଦିନ ଏକାଥରକେ ଇସ୍ତଫା ଦେଇଛନ୍ତି ୨୪ ମନ୍ତ୍ରୀ । ସୂଚନାନୁଯାୟୀ କ୍ୟାବିନେଟ୍‌ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ବୁଧବାର ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ମନ୍ତ୍ରୀମାନେ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । ତେବେ ଏପ୍ରିଲ ୧୧ ରେ ପୁନର୍ବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ହେବ । ଏଣୁ ଶପଥ ଗ୍ରହଣ ପୂର୍ବରୁ ସମସ୍ତ ମନ୍ତ୍ରୀଙ୍କୁ ନିଜ ନିଜ ଇସ୍ତଫା ପତ୍ର ଦାଖଲ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୧୯ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଜଗନମୋହନ ଘୋଷଣା କରିଥିଲେ ଯେ ଅଢେଇ ବର୍ଷ ପରେ ସେ ନିଜ ମନ୍ତ୍ରିମଣ୍ଡଳକୁ ସମ୍ପୂର୍ଣ୍ଣ ବଦଳାଇବେ ଏବଂ ଏକ ନୂଆ ଟିମ୍‌ ଗଢିବେ । ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଜଗନ୍‌ । ପୁନର୍ଗଠିତ ମନ୍ତ୍ରିମଣ୍ଡଳରେ ଅଧିକାଂଶ ନୂଆ ମୁହଁକୁ ସାମିଲ କରାଯାଇପାରେ । ଏନେଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜଭବନରେ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ।

Get real time updates directly on you device, subscribe now.