ରିଜେକ୍ସନକୁ ସହିପାରିଲେନି ମହିଳା ପୋଲିସ, ପ୍ରେମିକର ଘର ବାହାରେ ନିଜକୁ ଜାଳିଦେଲେ
ବାହା ହେବାକୁ ମନା କରିବାରୁ ପ୍ରେମିକର ଘର ବାହାରେ ନିଜକୁ ଜାଳିଦେଲେ ପ୍ରେମିକା
ଆନ୍ଧ୍ରପ୍ରଦେଶ: ବାହା ହେବାକୁ ମନା କରିବାରୁ ପ୍ରେମିକ ଘର ଆଗରେ ନିଜକୁ ଜାଳିଦେଲେ ପ୍ରେମିକା। ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ଘର ସାମ୍ନାରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହେବା ପରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମହିଳା ଜଣକ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ମହିଳା ଜଣକ କଦାପା ଜିଲ୍ଲାର ପ୍ରୋଦ୍ଦାତୁର ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଆରଟିସି) ଡିପୋରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ସେ ତାଙ୍କ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ଯୁବକ ଜଣକ ବିବାହ ପାଇଁ ମନା କରିଥିଲେ, ଯାହା ଏହି ଦୁଃଖଦ ଘଟଣାର କାରଣ ବୋଲି କୁହାଯାଉଛି।
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମହିଳା ଜଣକ ମାନସିକ ଆବେଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ବର୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି।