fbpx

ଆପଣ ଖୁବ୍‌ଶୀଘ୍ର ରାଗି ଯାଉଛନ୍ତି କି ? ଜାଣନ୍ତୁ କ୍ରୋଧକୁ କଣ୍ଟ୍ରଲ କରିବା ୪ ସାଧାରଣ ଉପାୟ, ଯାହ ଆପଣଙ୍କ ଜୀବନରେ ଆଣିବ ପରିବର୍ତ୍ତନ

ନୂଆଦିଲ୍ଳୀ: ଦେଖିବାକୁ ଗଲେ କୌଣସି ପିତାମାତା ଜାଣି ଜାଣି ନିଜ ପିଲାମାନଙ୍କ ଉପରେ କ୍ରୋଧ କରିବାକୁ ଚାହାନ୍ତି ନାହିଁ । ହେଲେ ବେଳେବେଳେ ଏପରି ପରିସ୍ଥିତି ସୃଷ୍ଟି ହୁଏ ଯେ ସେମାନେ ବାଧ୍ୟ ହୋଇ ନିଜ ପିଲାମାନଙ୍କ ଉପରେ କ୍ରୋଧିତ ହୁଅନ୍ତି । ଅନେକ ଥର ଏହାର କାରଣ ପିଲାମାନଙ୍କର କାର୍ଯ୍ୟକଳାପ ନୁହେଁ, ବରଂ ଆମର ନିଜସ୍ୱ ସମସ୍ୟା । ଯଦି କୌଣସି କାରଣରୁ ଆମ ମନରେ ଟେନସନ୍‌ ଚାଲିଛି ସେହି ସମୟରେ ଆମେ ସାଧାରଣତଃ ଅନ୍ୟ ଉପରେ ରାଗିଯାଉ । ସବୁଠୁ ବଡ଼ କଥା ହେଉଛି ପିଲାମାନେ କୌଣସି ପରିସ୍ଥିତିକୁ ସହଜରେ ବୁଝିପାରନ୍ତି ନାହିଁ, କିନ୍ତୁ ଆମକୁ ଏହି କଥା ବୁଝିବାକୁ ପଡିବ । ଯଦି ଆପଣ ରାଗିଗଲେ ଓ ପିଲାମାନଙ୍କ ଉପରେ ପାଟି କଲେ, ତେବେ ଏହି କିଛି ଉପାୟ ଆପଣଙ୍କୁ ନିଶ୍ଚିତ ଭାବେ ସାହାଯ୍ୟ କରିବ ।

ସମ୍ଭବତଃ ହସିବାକୁ ଚେଷ୍ଟା କରିବା: ହସ-ମଜା ମଣିଷର ସମସ୍ୟାକୁ କମ୍‌ କରେ ନାହିଁ, କିନ୍ତୁ ମାନସିକ ଚାପକୁ ନିଶ୍ଚିତ ଭାବରେ କମାଇଥାଏ । ମନର ଚାପକୁ କମ୍‌ କରି, କୋଉଠି ନା କେଉଠି ଭଲ ଚିନ୍ତା କରାଇବାରେ ସାହାଯ୍ୟ କରେ । ଯାହାଫଳରେ, କ୍ରୋଧ ସାମାନ୍ୟ କମ ହେଇଥାଏ ।

ପିଲାମାନଙ୍କ ସହ ବନ୍ଧୁତ୍ୱୂର୍ଣ୍ଣ ସମ୍ପର୍କ: ପିଲାମାନଙ୍କ ସହିତ ବନ୍ଧୁତ୍ୱୂର୍ଣ୍ଣ ସମ୍ପର୍କ ରଖିବା ଦ୍ୱାରା ପିଲାଟି ତାର ଅଭିଭାବକଙ୍କୁ ଭଲ ଭାବରେ ବୁଝିବାରେ ସକ୍ଷମ ହୋଇଥାଏ । ବନ୍ଧୁତ୍ୱୂର୍ଣ୍ଣ ଆଚରଣରେ ପିଲାଙ୍କ ସହ ମିଶିବାଦ୍ୱାରା ସେମାନେ ତାଙ୍କର ସମସ୍ୟାକୁ ସହଜରେ ଆପଣଙ୍କ ନିକଟରେ ପ୍ରକାଶ କରିଥାନ୍ତି । ଏସବୁ ଭିତରେ ଅପଣ ମଧ୍ୟ ଚାପ ମୁକ୍ତ ହୋଇପାରିବେ ।

କିଛି ସମୟ ଦୂରେଇ ରୁହନ୍ତୁ: ଯଦି ଆପଣଙ୍କର ମନ ଭଲ ନଥାଏ ଏବଂ ସେହି ସମୟରେ ପିଲାଙ୍କ ଉପରେ କ୍ରୋଧି ଆସେ, ତେବେ ଆପଣ କିଛି ସମୟ ଦୂରେଇ ରହିବା ଅତ୍ୟନ୍ତ ଗୁରୁତ୍ୱୂର୍ଣ୍ଣ । ଏହା ଆପଣଙ୍କ କ୍ରୋଧକୁ ଅଳ୍ପ ସମୟ ମଧ୍ୟରେ ଥଣ୍ଡା କରିଦେବ ଏବଂ ଆପଣ ପରିସ୍ଥିତିକୁ ଭଲ ଭାବରେ ବୁଝିବାକୁ ସମର୍ଥ ହେବେ ।

କିଛି ମିଠା ଖାଆନ୍ତୁ: ଚାପ କମ୍‌ କରିବାରେ ମିଠାକୁ ସର୍ବୋତ୍ତମ ବିବେଚନା କରାଯାଏ । ଯଦି ଆପଣ କ୍ରୋଧ ଅନୁଭବ କରୁଛନ୍ତି, ଆଉ ସେହି ସମୟରେ ଆପଣ ମିଠା ଖାଉଛନ୍ତି ତେବେ ଆପଣଙ୍କ କ୍ରୋଧକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ଆପଣ ମଧ୍ୟ ଭଲ ଅନୁଭବ କରିବେ ।

Get real time updates directly on you device, subscribe now.