fbpx

ଏକା ସାଥୀରେ ୬ ବୟଫ୍ରେଣ୍ଡଙ୍କ ସହିତ ଡେଟରେ ଗଲେ ଯୁବତୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଜାଦାର ଭିଡିଓ

Advertisement

ନୂଆଦିଲ୍ଲୀ: ପ୍ରେମ ସର୍ବଦା ଶାଶ୍ୱତ ଓ ଚିରନ୍ତନ । ମାତ୍ର ବର୍ତ୍ତମାନର ସମୟରେ ଏହି ଶାଶ୍ୱତ ଓ ଚିରନ୍ତନ ପ୍ରେମ ଅନେକ ଜଣଙ୍କ ସହିତ ହେଉଛି । ଏପରିକି ଗୋଟିଏ ସମୟରେ ଏକାଧିକ ବ୍ୟକ୍ତି ବିଶେଷଙ୍କ ସହ ହୋଇଯାଉଛି ପ୍ରେମ । ଏମିତି ଏକ ଘଟଣା ଘଟିଛି ବାଂଲାଦେଶରେ ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।

ଜଣେ ପୁଅର ୨-୩ ଗାର୍ଲଫ୍ରେଣ୍ଡ ବା ଜଣେ ଝିଅର ୨-୩ ବୟଫ୍ରେଣ୍ଡ ଥିବା କଥା ଆପଣ ଶୁଣି ଥାଇ ପାରନ୍ତି । ତେବେ ବାଂଲାଦେଶର ଏହି ଝିଅଟି ସବୁ ସୀମା ପାର କରି ଯାଇଛି । ଝିଅଟି ଡେଟ୍ ତ କରୁଥିଲା, ହେଲେ ଜଣେ ବା ଦୁଇ ଜଣ ନୁହେଁ ବରଂ ଏକା ସାଥୀରେ ୬ ଜଣ ପ୍ରୁଅଙ୍କୁ ଡେଟ୍ କରୁଥିଲା । ଜଣେ ବୟଫ୍ରେଣ୍ଡ ସହିତ ଡେଟରେ ରହିଥିବା ବେଳେ ସରପ୍ରାଇଜ୍ ଦେଇଥିଲେ ବାକି ୫ ବୟଫ୍ରେଣ୍ଡ ।

ଏକ ବିଳାସପୂର୍ଣ୍ଣ ହୋଟେଲରେ ଜଣେ ପୁଅ ସହିତ ଡେଟରେ ଯାଇଥିଲେ ଯୁବତୀ । ବୟଫ୍ରେଣ୍ଡ ଜଣଙ୍କ ବୋଧହୁଏ ଅନ୍ୟ ମାନଙ୍କ ବିଷୟରେ ଜାଣିଥିଲେ । ବୟଫ୍ରେଣ୍ଡ ଜଣଙ୍କ ଯୁବତୀଙ୍କ ଆଖି ମୁଜି ଧରିଥିବା ବେଳେ ଅନ୍ୟ ବୟଫ୍ରେଣ୍ଡ ମାନେ ହୋଟେଲ ମଧ୍ୟକୁ ଆସିଥିଲେ । ଏକାସାଥୀରେ ସମସ୍ତ ବୟଫ୍ରେଣ୍ଡଙ୍କୁ ଦେଖି ଯୁବତୀ ଜଣଙ୍କ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ମୁଣ୍ଡରେ ହାତ ଦେଇଥିଲେ । କନଫ୍ୟୁଜ୍ ସୋଲ ନାମକ ଏକ ଆଇଡିରୁ ଏହି ଭିଡିଓଟି ଶେୟାର କରାଯାଇଥିଲା । ଭିଡିଓଟିକୁ ୧୬୨୧ ଲାଇକ୍ ମିଳିଥିବା ବେଳେ ୫୧୩ ଥର ରିଟ୍ୱିଟ୍ କରାଯାଇଛି ।

Get real time updates directly on you device, subscribe now.