ପୋଷାକ ଦେବାରେ ବିଳମ୍ୱ ହେବାରୁ ରାଗିଗଲା ନାବାଳକ, ବୃଦ୍ଧ ଦରଜିକୁ ବାଡ଼ିରେ ପିଟିପିଟି ମାରିଦେଲା

ପୋଷାକ ସିଲେଇରେ ଡ଼େରି ହେବାରୁ ବୃଦ୍ଧ ଟେଲର ବାଲାକୁ ପିଟିପିଟି ମାରିଦେଲା ନାବାଳକ। ୪-୫ ଦିନ ତଳେ ସିଲେଇ କରିବାକୁ ଦେଇଥିଲେ ନାବାଳିକ। ଦରଜି ଆହୁରି ସମୟ ମାଗିଥିବାରୁ ରାଗରେ ହତ୍ୟା କଲା ବାଳକ।

ରାଜସ୍ଥାନ: ପୋଷାକ ସିଲେଇରେ ଡ଼େରି ହେବାରୁ ବୃଦ୍ଧ ଟେଲର ବାଲାକୁ ପିଟିପିଟି ମାରିଦେଲା ନାବାଳକ। ୪-୫ ଦିନ ତଳେ ସିଲେଇ କରିବାକୁ ଦେଇଥିଲେ ନାବାଳିକ। ହେଲେ ପୋଷାକ ସିଲେଇ କରୁଥିବା ୬୦ ବର୍ଷୀୟ ବୃଦ୍ଧ ଆହୁରି ସମୟ ମାଗିଥିଲେ।

ଫଳରେ ବାଳକ ଜଣକ ରାଗିଯାଇ ଏକ ବାଡ଼ିରେ ବୃଦ୍ଧ ଜଣଙ୍କୁ ପିଟିପିଟି ମାରିଦେଲେ। ଏପରି ଏକ ଲୋକ ହର୍ଷଣକାରୀ ଘଟଣା ଘଟିଛି ରାଜସ୍ଥାନର ଜୟପୁର ଜିଲ୍ଲାର ଚାଉମୁ ସହରରେ।

କାହିଁକି ରାଗିଗଲା ନାବାଳକ: ତେବେ ଆଜିକାଲିର ଯୁବପିଢ଼ୀ ଟିକେ ଟିକେ କଥାରେ ଅଧିକ ରାଗିଯାଉଛନ୍ତି। ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି। ଆଉ ବିଭିନ୍ନ ପ୍ରକାରର ଅପରାଧ କରୁଛନ୍ତି।

ଠିକ୍ ସେହିପରି ରାଜସ୍ଥାନର ଜଣେ ନାବାଳକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ବାଳକ ଜଣକ ୪-୫ ଦିନ ତଳେ ସୁରଜମଲ ନାମକ ଜଣେ ଟେଲର ବାଲା ପାଖରେ ପୋଷାକ ସିଲେଇ କରିବାକୁ ଦେଇଥିଲେ। ହେଲେ ପୋଷାକ ସିଲେଇ ହେବା ବିଳମ୍ୱ ହେବାରୁ ନାବାଳକ ଜଣକ ଉତ୍ତେଜିତ ହୋଇପଡ଼ିଥିଲେ।

କେମିତି କଲେ ହତ୍ୟା : ତେବେ ଘଟଣା ଦିନ ଦରଜି ଜଣକ ଯେଉଁ ସମୟ କହିଥିଲେ ବାଳକ ଜଣକ ସେହି ସମୟରେ ନିଜ ପୋଷାକ ନେବା ପାଇଁ ଟେଲରବାଲା ପାଖକୁ ଯାଇଥିଲେ।

ହେଲେ ବୃଦ୍ଧା ଦରଜି ଜଣଙ୍କ ଅପରାହ୍ନରେ ଆସିବାକୁ ବାଳକକୁ କହିଥିଲେ। ଯେଉଁଥିରେ ନାବାଳକ ଜଣକ ରାଗିଯାଇଥିଲେ। ଆଉ ଦୋକାନ ବାହାରେ ପଡ଼ିଥିବା ଏକ ବାଡ଼ିରେ ବୃଦ୍ଧା ଜଣଙ୍କୁ ପିଟିବାକୁ ଲାଗିଥିଲେ।

ଘଟଣା ସମ୍ପର୍କରେ ସୁରଜଙ୍କ ପୁଅ ଖବର ପାଇବା ପରେ ଦୋକାନରେ ଆସି ପହଞ୍ଚିଥିଲେ। ଆଉ ପରିବାର ଲୋକଙ୍କ ସାହାଯ୍ୟରେ ଦୋକାନୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଡାକ୍ତରଖାନା ନେଇଯାଇଥିଲେ।

ଯେହେତୁ ଦରଜି ସୁରଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେଣୁ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଗଲା।

ପୋଲିସର ତଦନ୍ତ: ଘଟଣାସମ୍ପର୍କରେ ପରିବାର ଲୋକ ଥାନାରେ ଜଣାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଗିରଫ କରିବା ସହ, ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ବାଡ଼ିକୁ ବି ଜବତ କରିଛି।

ନାବାଳକ ଜଣକ ପୋଲିସ ପାଖରେ ସବୁ ସତ କଥା ମାନିଛି। ଏବଂ ଦରଜି ଜଣଙ୍କ ପୋଷାକ ଦେବାରେ ବିଳମ୍ୱ କରିବାରୁ ସେ ଉତ୍ୟକ୍ତ ହୋଇ ହତ୍ୟାକାଣ୍ଡ ଭିଆଇ ଥିବା କହିଛନ୍ତି।