fbpx

୪ ଦିନିଆ ED ରିମାଣ୍ଡରେ ଅନୀଲ ଦେଶମୁଖ

ମୁମ୍ବାଇ: ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଥ ହେରଫେର ମାମଲାରେ ମଙ୍ଗଳବାର ସକାଳୁ ଅନୀଲ ଦେଶମୁଖଙ୍କୁ ଇଡି ପକ୍ଷରୁ ଗିରଫ କରାଯାଇଥିଲା ।ଅନୀଲ ଦେଶମୁଖଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ୪ ଦିନିଆ ରିମାଣ୍ଡ ପ୍ରଦାନ କରିଛନ୍ତି କୋର୍ଟ । ଆସନ୍ତା ନଭେମ୍ବର ୬ ତାରିଖ ଯାଏଁ ଇଡି ଅନୀଲଙ୍କୁ ପଚରା ଉଚୁରା କରିବ ।

୧୨ ଘଣ୍ଟାର ମାରାଥନ୍ ଜେରା ପରେ ବିଳମ୍ବିତ ରାତିରେ ତାଙ୍କୁ ଇଡି ଗିରଫ କରିଛି । ପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକ ଗିରଫ ହୋଇଥିଲେ । ଆଉ ଏବେ ଖୋଦ୍ ଏହି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଛନ୍ତି ଦେଶମୁଖ । ବହିସ୍କୃତ ପୋଲିସ୍ ଅଧିକାରୀ ସଚିବ ୱାଜେଙ୍କ ସହ ଦେଶମୁଖଙ୍କ ଲିଙ୍କ ଥିବା ଅଭିଯୋଗ ହୋଇଛି । ଦେଶମୁଖଙ୍କ ପାଇଁ ୱାଜେ ୪.୭ କୋଟି ଉତ୍କୋଚ ନେବାର ଅଭିଯୋଗ ରହିଛି ।

Get real time updates directly on you device, subscribe now.