ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ରିମାଣ୍ଡ ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ ବିବନକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ତେବେ ଆଜି ସକାଳରେ ବିବନକୁ ନେଇ ସିନ୍ ରିକ୍ରିଏସନ କରିଥିଲା ସିବିଆଇ । ତେବେ ରିମାଣ୍ଡରେ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଏହି ତଥ୍ୟ ତଦନ୍ତରେ ଅଧିକ ସହଯୋଗ କରିବ । ଏନେଇ ସିବିଆଇ ଆଇନ ପରାମର୍ଶ ଦାତା କାଳୀଚରଣ ମିଶ୍ର ସୂଚନା ଦେଇଛନ୍ତି ।
ତେବେ ଘଟଣା ଘଟାଇବା ପରେ ବିବନ କିପରି ଫେରାର ହୋଇଥିଲା ସେନେଇ ସୁବିସ୍ତୃତ ତଥ୍ୟ ବିବନ ସିବିଆଇକୁ ପ୍ରଦାନ କରିଛି । ରିମାଣ୍ଡ ସରିବା ପରେ ସିବିଆଇ ପୁଣି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି କୁହାଯାଇଛି । ପୂର୍ବରୁ ଟିଆଇ ପରେଡରେ ଅଞ୍ଜନା ଓ ଗାଡ଼ି ଡ୍ରାଇଭର ବିବନକୁ ଚିହ୍ନିଥିଲା ।