fbpx

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ସିନ୍ ରିକ୍ରିଏସନ୍ କଲା ସିବିଆଇ

ଭୁବନେଶ୍ୱର, ୫ା୩ (ଓଡିଶା ଭାସ୍କର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ସିନ୍ ରିକ୍ରିଏସନ୍ କରିଛି । ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ରିକ୍ରିଏସନ କରାଯାଉଛି । ୨୨ ବର୍ଷ ତଳର ଘଟଣା କିପରି ଥିଲା, ତାହା ଦେଖାଇଛି ବିବନ । ତେବେ ବିବନକୁ ବାରଙ୍ଗ ଥାନାରେ ରଖାଯାଇଥିବା ବେଳେ ଏହି ପ୍ରକ୍ରିୟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ବୋଲି ସୂଚନା ମିଳିଛି ।

ଏହି ମାମଲାରେ ସିବିଆଇ ଗତକାଲି ବିବନକୁ ୨ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ପ୍ରଥମ ଦିନରେ ସିବିଆଇ ଅନେକ ତଥ୍ୟ ହାସଲ କରିଛି । ଘଟଣା ଘଟାଇବା ପରେ ବିବନ କିପରି ଫେରାର ହୋଇଥିଲା ସେନେଇ ସୁବିସ୍ତୃତ ତଥ୍ୟ ବିବନ ସିବିଆଇକୁ ପ୍ରଦାନ କରିଛି । ରିମାଣ୍ଡ ସରିବା ପରେ ସିବିଆଇ ପୁଣି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି କୁହାଯାଇଛି । ପୂର୍ବରୁ ଟିଆଇ ପରେଡରେ ଅଞ୍ଜନା ଓ ଗାଡ଼ି ଡ୍ରାଇଭର ବିବନକୁ ଚିହ୍ନିଥିଲା ।

Get real time updates directly on you device, subscribe now.