ପ୍ରେଗନେଟ୍ ନୁହେଁ, କନସିଭ୍ ପାଇଁ ଛୁଟି ; ଘୋଷଣା କଲେ ସରକାର, ମିଳିବ ପେଡ୍ ଲିଭ୍ ସାଙ୍ଗକୁ ଘର ଓ ବଙ୍ଗଳା ଭଳି ଆକର୍ଷଣୀୟ ଉପହାର

ଭୁବନେଶ୍ୱର : ଯଦି କେହି ମହିଳା କର୍ମଚାରୀ ଗର୍ଭବତୀ ହୋଇଥାନ୍ତି ତେବେ ତାଙ୍କୁ କମ୍ପନୀ ତରଫରୁ ଛୁଟି ସହ ଦରମା ଦେବା ପାଇଁ ଘୋଷଣା ହୋଇଥିଲା । କିନ୍ତୁ କେବେ ଶୁଣିଛନ୍ତି କି ଗର୍ଭଧାରଣ ପାଇଁ ଗୋଟିଏ ଦିନ ଛୁୁଟି ମିଳିବ । ଆଜ୍ଞା ହଁ , ଶୁଣିବାକୁ କଥା ଟା ଅଡୁଆ ଲାଗୁଥିଲେ ମଧ୍ୟ ଏହା ସତ । ବଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତ ଓ ଚୀନ ଭଳି ଅନେକ ଦେଶ ଗର୍ଭନିରୋଧକ ବା ଛୋଟ ପରିବାର ଉପରେ ଗୁରୁତ୍ୱ ଦେଇ ଅନେକ ସଚେତନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଦୁନିଆରେ ଏପରି କିଛି ଦେଶ ଅଛି ଯେଉଁଠାରେ ସନ୍ତାନ ପ୍ରାପ୍ତି ପାଇଁ ଅନେକ ପ୍ରଲୋଭନ ଦିଆଯାଉଛି । ଯେଉଁଥିରେ ମହିଳାମାନଙ୍କୁ ଗର୍ଭଧାରଣ କରିବା ପାଇଁ ଏବଂ ପୁରୁଷଙ୍କୁ ପରିବାର ଯୋଜନା କରିବା ପାଇଁ ପେଡ୍ ଲିଭ୍ ଦିଆଯାଉଛି ।

ଯେଭଳି ମଦର୍ସ ଡେ, ଫାଦର୍ସ ଡେ, ଟିଚର୍ସ ଡେ, ଚିଲଡ୍ରେଣ୍ଡ ଡେ….. ସେଭଳି ‘କନସେପ୍‌ସନ୍ସ ଡେ’ ଅର୍ଥାତ୍ ‘ଗଭଧାରଣ ଦିବସ’ । ବିଶ୍ୱରେ ଏଭଳି ଏକ ଦେଶ ଅଛି, ଯେଉଁଠି ଜନ ସଂଖ୍ୟା ବୃଦ୍ଧି ପାଇଁ ବାର୍ଷିକ ଗର୍ଭଧାରଣ ଦିବସ ‘କନସେପ୍‌ସନ୍ ଡେ’ ପାଳନ ପାଇଁ ଘୋଷଣା କରାଯାଇଛି । କେବଳ ସେତିକି ନୁହେଁ ଏଥିପାଇଁ ଦରମା ସାଙ୍ଗ ଅନେକ ପୁରଷ୍କାର ରହିଛି । ‘କନସେପ୍‌ସନ୍ସ ଡେ’ ପରେ ଯିଏ ଗର୍ଭଧାରଣ କରି ପରବର୍ତ୍ତୀ ୯ ମାସ ମଧ୍ୟରେ ନବଜାତକୁ ଜନ୍ମ ଦେବ ସେମାନଙ୍କୁ ସରକାରଙ୍କ ତରଫରୁ ଅନେକ ଉପହାର ରହିଛି ।

ରଷିଆରେ ଜନସଂଖ୍ୟା କମ୍ ରହିଥିବା ବେଳେ ଖୋଦ୍ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଏଭଳି ପଦକ୍ଷେପ ନିଆଯାଇଛି । ରାଷ୍ଟ୍ରପତି ପୁଟିନ ନିଜେ ଜନସଂଖ୍ୟା ସଙ୍କଟକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ୨୦୦୬ରେ ତତ୍କାଳୀନ ରାଷ୍ଟ୍ରପତି ଏହି ନିୟମ ଲାଗୁ କରିଥିଲେ । ଏହା ପରେ ଜନସଂଖ୍ୟା ବୃଦ୍ଧି ପାଇଁ କେତେକ ପ୍ରଦେଶରେ ଏହି ଛୁଟି ଆରମ୍ଭ ହୋଇଥିଲ । ୨୦୦୭ରୁ ରୁଷର କେତେକ ସ୍ଥାନରେ କ୍ରମାଗତ ଭାବରେ ଏହି ଛୁଟି ଆରମ୍ଭ ହୋଇଥିଲା ।

ପ୍ରତିବର୍ଷ ସେପ୍ଟେମ୍ବର ୧୨ କୁ ଏକ ସ୍ୱତନ୍ତ୍ର ଦିନକୁ ‘ଗର୍ଭଧାରଣ ଦିବସ’ ଭାବରେ ଘୋଷଣା କରାଯାଇଥିଲା । ଏହି ଯୋଜନା ଅଧୀନରେ, ଯେଉଁ ଦମ୍ପତିମାନେ ଏକ ଭଲ ଖବରର ନଅ ମାସ ମଧ୍ୟରେ ଏକ ସନ୍ତାନ ଜନ୍ମ କରନ୍ତି ସେମାନଙ୍କୁ ବିଭିନ୍ନ ପୁରସ୍କାର ଦିଆଯାଏ । ଆପାର୍ଟମେଣ୍ଟ ଏବଂ କାର ପରି ମହଙ୍ଗା ଜିନିଷ ମଧ୍ୟ ଏହି ପୁରସ୍କାରରେ ରହିଛି । ଏହି ଯୋଜନା ଯୋଗୁଁ ୨୦୧୩ ମସିହାରୁ ଦେଶର ଜନ୍ମ ହାରରେ ସାମାନ୍ୟ ବୃଦ୍ଧି ଘଟିଛି ।