fbpx

Sillicon Valley ପରେ ଆଉ ଏକ ବ୍ୟାଙ୍କରେ ପଡିଲା ତାଲା: ବନ୍ଦ ହେଲା ସିଗନେଚର ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକାର ବ୍ୟାଙ୍କିଙ୍ଗ ସେକ୍ଟର ବର୍ତ୍ତମାନ ବିରାଟ ସମସ୍ୟା ଦେଇ ଗତି କରୁଛି । କିଛି ଦିନ ତଳେ ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ଉପରେ ରୋକ ଲାଗିଥିବା ବେଳେ ବର୍ତ୍ତମାନ ଆଉ ଏକ ବ୍ୟାଙ୍କରେ ତାଲା ଝୁଲିଛି । କ୍ରିପ୍ଟୋ ଫେଣ୍ଡଲି କୁହାଯାଉଥିବା ସିଗନେଚର ବ୍ୟାଙ୍କ ମଧ୍ୟ ସମାନ ପରିସ୍ଥିତିରେ ପହଞ୍ଚିଛି । ଏହି ବ୍ୟାଙ୍କକୁ ଅସ୍ତାୟୀ ଭାବେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ବ୍ୟାଙ୍କ ନିକଟରେ କ୍ରିପ୍ଟୋକରେନ୍ସିର ଷ୍ଟକ ରହିଥିବା ବେଳେ ଏହାର ବିପଦକୁ ଦୃଷ୍ଟିରେ ରଖି କିଛି ଦିନ ପାଇଁ ସିଗନେଚର ବ୍ୟାଙ୍କକୁ ବନ୍ଦ ରଖାଯାଇଛି ।

ନ୍ୟୁୟର୍କର ଫାଇନାନ୍ସ ସର୍ଭିସ ଡିପାର୍ଟମେଣ୍ଟ ଅନୁସାରେ, ଫେଡେରାଲ ଡିପୋଜିଟ ଇନ୍ସୁରାନ୍ସ କର୍ପୋରେସନ(ଏଫଡିଆଇସି) ଏହି ବ୍ୟାଙ୍କୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଆମେରିକାର ବ୍ୟାଙ୍କିଙ୍ଗ ଇତିହାସରେ ଏହା ହେଉଛି ତୃତୀୟ ବିଫଳତା । ଦୁଇ ଦିନ ପୂର୍ବରୁ ଦେଶର ସିଲି ଭ୍ୟାଲି ବ୍ୟାଙ୍କକୁ ବନ୍ଦ କରିଦିଆଯାଇଛି । ତେବେ ଗତ ଶୁକ୍ରବାର ସିଗନେଚର ବ୍ୟାଙ୍କର ସେୟାରରେ ହ୍ରାସ ଦେକିବାକୁ ମିଳିଥିଲା । ଯାହାର ପରିଣାମ ସିଲିକନ୍ ଭ୍ୟାଲି ବ୍ୟାଙ୍କକୁ ଭୋଗିବାକୁ ପଡିଛି । ବର୍ତ୍ତମାନ ସିଗ୍ନେଚର ବ୍ୟାଙ୍କ ଉପରକୁ ଆସିଛି ଏହି ବିପଦ । ତେବେ ଆମେରିକାର ଟ୍ରେଜେରୀ ବିଭାଗ ଏବଂ ଅନ୍ୟ ବ୍ୟାଙ୍କ ନିୟାମକ ଉଭୟ ବ୍ୟାଙ୍କର ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛନ୍ତି । କୌଣସି ଗ୍ରାହକ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି ଏକ ସଂଯୁକ୍ତ ବୟାନ ଦିଆଯାଇଛି ।

ତେବେ ଆମେରିକାର ଫେଡେରାଲ ରିଜର୍ଭ ୧୩ ତାରିଖରେ ଏକ ଜରୁରୀକାଳୀନ ବୈଠକ ଡକାଇଛି । ଏହି ବୈଠକରେ ବ୍ୟାଙ୍କିଙ୍ଗ ସେବାରେ ଏଭଳି ପରିସ୍ଥିତି ଏବଂ ଏହାର ପ୍ରତିକାରକୁ ନେଇ ଆଲୋଚନା କରାଯିବ । ୨୦୦୮ ମସିହାରେ ଆମେରିକାର ବ୍ୟାଙ୍କିଙ୍ଗ ସେକ୍ଟରରେ ସବୁଠୁ ବଡ ସଂକଟ ଆସିଥିଲା । ବ୍ୟାଙ୍କିଙ୍ଗ ଫର୍ମ ଲେହମନ୍ ବ୍ରଦର୍ସ ଏହି ବର୍ଷ ନିଜକୁ ଦେବାଳିଆ ବୋଲି ଘୋଷଣା କରିଥିଲା । ଏହାପରେ ଆମେରିକା ସମେତ ସାରା ବିଶ୍ୱରେ ଆର୍ଥିକ ସମସ୍ୟା ଦେଖାଦେଇଥିଲା ଏବଂ ଅର୍ଥନୀତି ମଧ୍ୟ ଭୁଷୁଡି ପଡିଥିଲା ।

Get real time updates directly on you device, subscribe now.