fbpx

ବିଭବ କୁମାରଙ୍କୁ ପୁଣି ଏକ ବଡ ଝଟ୍‌କା, କୋର୍ଟ ଖାରଜ କଲେ ଅଗ୍ରୀମ ଜାମିନ ଯାଚିକା

ନୂଆଦିଲ୍ଲୀ: ସ୍ୱାତୀ ମାଲିୱାଲଙ୍କ ସହ ମାରପିଟ୍ ମାମଲାରେ ଗିରଫ ବିଭବ କୁମାର ତିସ୍ ହଜାରୀ କୋର୍ଟରେ ଆଗୁଆ ଜାମିନ ଯାଚିକା ଦାଖଲ କରିଥିଲେ । ଶୁଣାଣୀ ପରେ କୋର୍ଟ ଯାଚିକା ଖାରଜ କରି ଦେଇଛନ୍ତି ।
ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରେ ହୋଇଥିବା ମାରପିଟ୍ ମାମଲାରେ ଅଭିଯୁକ୍ତ ବିଭବ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ବିଭବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ପୋଲିସ ଗିରଫ କରି ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନକୁ ନେଇଥିଲା ।

ମାଲିୱାଲ ମେ’ ୧୩ ତାରିଖରେ କେଜ୍ରିୱାଲଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ । ସେଠାରେ କେଜ୍ରିୱାଲଙ୍କ ପିଏ ବିଭବ କୁମାର ତାଙ୍କ ସହ ଦୁର୍ବ୍ୟବହାର ଓ ମାରପିଟ୍ କରିଥିବା ନେଇ ସ୍ୱାତୀ ପୋଲିସରେ ଅଭିଯୋଗ କରିଥିଲେ । ଦିଲ୍ଲୀ ପୋଲିସ ସ୍ୱାତୀ ମାଲିୱାଲଙ୍କୁ ଭେଟି ତାଙ୍କ ଠାରୁ ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ । ପରବର୍ତ୍ତୀ ସମୟରେ ବିଭବ କୁମାରଙ୍କ ବିରୁଦ୍ଧରେ ଜାମିନୀବିହୀନ ଧାରା ସହିତ ଆଇପିସିର ଅନ୍ୟ ଧାରା ଜରିଆରେ ମାମଲା ରୁଜୁ କରାଯାଇଥିଲା । ଏଫଆଇଆର୍ ଦାଖଲ ହେବା ପରେ ପୋଲିସ ବିଭବ କୁମାରଙ୍କ ତଲାସରେ ଲାଗି ପଡିଥିଲା ।

Get real time updates directly on you device, subscribe now.