fbpx

ବଢ଼ିଲା ରାମଦେବ ବାବାଙ୍କ ଅଡୁଆ, ଆଇଏମଏ ରୁଜୁ କଲା ଆଉ ଏକ ମାମଲା

ରାୟପୁର: ପୁଣି ରାମଦେବ ବାବାଙ୍କ ଅଡୁଆ ବଢ଼ିଲା । ଛତିଶଗଡର ରାୟପୁରରେ ଯୋଗ ଗୁରୁ ବାବା ରାମଦେବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ୍ ଚିକିତ୍ସାରେ ଦିଆଯାଉଥିବା ଏଲୋପାଥିକ୍ ମେଡିସିନ୍ କୁ ନେଇ ଭୁଲ୍ ତଥ୍ୟ ଦେଉଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୁଲିସ୍ ଦେଇଥିବା ସୂଚନା ମୁତାବକ, ଯୋଗଗୁରୁ ବାବା ରାମବେଦଙ୍କ ନାମରେ ଆଇଏମଏର ଛତିଶଗଡ ୟୂନିଟ୍ ପକ୍ଷରୁ ବୁଧବାର ଏଫଆଇଆର୍ ରୁଜୁ କରାଯାଇଛି । ରାୟପୁର ଏସଏସପି ଅଜୟ ଯାଦବ କହିଛନ୍ତି ଯେ, ରାମଦେବ ବାବାଙ୍କ ବିରୋଧରେ ସେକ୍ସନ୍ ୧୮୯, ୨୬୯ ଏବଂ ୫୦୪ ଧାରା ଅଧୀନରେ କେସ୍ ଫାଇଲ୍ କରାଯାଇଛି । ମହାମାରୀକୁ ନେଇ ଅଶାନ୍ତି, ଭୁଲ୍ ତଥ୍ୟ ଦେବା ଏବଂ ଏଲୋପାଥି ଔଷଧକୁ ଅପମାନ କରିବାକୁ ଚେଷ୍ଟା କରିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.