fbpx

ସେପ୍ଟେମ୍ବରରେ ଆସିବ କୋଭାଭାକ୍ସ

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତରେ ମିଳିବ କୋଭାଭାକ୍ସ । ଏହାକୁ ଆମେରିକୀୟ କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରୁଥିବା ବେଳେ ସେପ୍ଟେମ୍ବର ସୁଦ୍ଧା ଭାରତକୁ ଆସିବ ବୋଲି ଆଜି ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି । ଏଥିସହିତ ନୋଭାଭାକ୍ସ ମଧ୍ୟ ଏବର୍ଷ ଭାରତକୁ ଆସିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, ନୋଭାଭାକ୍ସ କୋଭିଡ୍ ମହାମାରୀ କ୍ଷେତ୍ରରେ ୯୦.୬ ପ୍ରତିଶତ ଫଳପ୍ରଦ ହେଉଥିବା ବେଳେ ଏହାକୁ ଭାରତ ଆଣିବାକୁ ଡିଜିସିଆଇ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ ହୋଇଛି । ନୋଭାଭାକ୍ସ ଟିକାର ପ୍ରଭାବ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଠାରୁ ବି ଅଧିକ । ତେବେ ଏହା ବ୍ୟତୀତ ଋଷିଆନ୍ ଟିକା ସ୍ଫୁଟନିକ୍-ଭି କୁ ମଧ୍ୟ ଦେଶରେ ବ୍ୟବହାର କରିବା ନେଇ ମଞ୍ଜୁରୀ ଦିଆଯାଇଛି ।

Get real time updates directly on you device, subscribe now.