fbpx
BSKY SKY
BSKY SKY

ନନ୍ଦନକାନନରେ ଖସିଲା ବାଘ ସଂଖ୍ୟା, ତିନି ସପ୍ତାହରେ ପ୍ରାଣ ହରାଇଲେ ଦୁଇ ଶାବକ

BSKY

ଭୁବନେଶ୍ୱର: ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଉ ଏକ ଧଳା ବାଘ ଶାବକର ମୃତ୍ୟୁ ଘଟିଛି । ଏହି ଶାବକ(ଡାକ ନାମ ବିବେକ)କୁ ତାର ମା ତାକୁ ଆଦୌ ଆପଣାଉ ନଥିଲା । ଏହା ପରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ତାର ଯତ୍ନ ନେଇଥିଲେ ।

ତେବେ ଏହି ଶାବକଟିର ମୃତ୍ୟୁ କିପରି ହେଲା, ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ମୃତଦେହକୁ ବର୍ତ୍ତମାନ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହାର କାରଣ ଜଣା ପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତ ମାର୍ଚ୍ଚ ୧୧ ତାରିଖରେ ରୂପା ନାମକ ଧଳା ବାଘ ତିନୋଟି ଧଳା ବାଘ ଛୁଆକୁ ଜନ୍ମ ଦେଇଥିଲା । ପୁର୍ବରୁ ମାର୍ଚ୍ଚ ୨୧ତାରିଖରେ ମଧ୍ୟ ଏକ ଛୁଆ ମୃତ୍ୟୁ ବରଣ କରିଥିଲା । ଆଜି ଶାବକଟିର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି ।

Get real time updates directly on you device, subscribe now.