fbpx

ଭାରତରେ ତାଣ୍ଡବ ରଚିପାରେ ଚୀନରୁ ମାଡ଼ି ଆସୁଥିବା ଆଉ ଏକ ଖତରନାକ ରୋଗ!

ସାରା ବିଶ୍ୱ ଏବେ କରୋନା ଭାଇରସରେ ଘାଣ୍ଟି ହେଉଥିବା ବେଳେ ସେହିପରି ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ଚାଇନାରୁ କରୋନା ଭାଇରସ ଭଳି ଆଉ ଏକ ଖତରନାକ ଓ ମାରାତ୍ମକ ରୋଗ ମାଡ଼ି ଆସୁଛି । ଏହି ରୋଗ ପୂର୍ବରୁ ମଧ୍ୟ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ମାରି ସାରିଛି ।ଏହି ମାରାତ୍ମକ ରୋଗ ସାରା ବିଶ୍ୱକୁ ପୂର୍ବରୁ ବହୁତ ଥର କବଳିତ କରିସାରିଛି । ପ୍ରଥମ ଥର ଯେତେବେଳେ ଏହି ରୋଗ ଆସିଥିଲା ଫଳରେ ୫କୋଟି, ଦ୍ୱତୀୟଥର ସମଗ୍ର ୟୁରୋପ ଜନସଂଖ୍ୟାର ଏକ ତୃତୀୟାଂଶ ଓ ତୃତୀୟଥର ୮୦ହଜାର ଲୋକଙ୍କ ଜୀବନ ନେଇଥିବା ରେକର୍ଡ଼ ରହିଛି । ଏହି ଖତରନାକ ରୋଗର ନାମ ବୁବୋନିକ ପ୍ଲେଗ ।


ଆଜି ଚାଇନାର ମାଙ୍ଗୋଲିଆ ଅଞ୍ଚଳରେ ଦୁଇ ଜଣ ଏହି ରୋଗରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ବୁବୋନିକ ପ୍ଲେଗ ଦ୍ୱାରା ପୀଡ଼ିତ ମୂଷା ଖାଇଥିବାରୁ ଏହି ରୋଗ ହୋଇଚି ବୋଲି ସନ୍ଦେହ କରାଯାଇଛି । ଏହା ଜଣାପଡ଼ିବା ପରେ ସେଠାରେ ସତର୍କ ସୂଚନା ଜାରି କରାଯାଇଛି । ଏଥି ସହିତ ସେଠାରେ ମୂଷା ମାରିକି ଖାଇବା ଉପରେ ବାରଣ କରାଯାଇଛି । ଏହାସହ ଯଦି ରୋଗୀଣା ମୂଷା ଦେଖନ୍ତି ତେବେ ତୁରନ୍ତ ଜଣାଇବାକୁ କୁହାଯାଇଛି । ଏହି ରୋଗ ହେଲେ ଆଙ୍ଗୁଠି ଓ ନାକ କଳା ପଡ଼ିଯାଇଥାଏ । ଏଥିସହିତ ଶରୀର ପୀଡ଼ା ଓ ଦେହରେ ଜ୍ୱର ରହିଥାଏ । ଏହି ରୋଗ ସାରା ବିଶ୍ୱରେ ପୁଣିଥରେ ତାଣ୍ଡବ ରଚିବ ବୋଲି ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.