fbpx

ପୁଣି ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ: ଷ୍ଟେସନ ସାରା ବ୍ୟାପିଗଲା ଧୂଆଁ

Advertisement

ମୁମ୍ବାଇ: ପୁଣିଥରେ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ସାମନାକୁ ଆସିଛି । ମୁମ୍ବାଇ-ବେଙ୍ଗଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଭୟାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ସାଙ୍ଗୋଲି ରୟାନ୍ନା ରେଳ ଷ୍ଟେସନରେ ଗାଡ଼ି ଠିଆ ହୋଇଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗିଯାଇଛି । ତେବେ ଟ୍ରେନରେ ନିଆଁ ଲାଗିବା ପରେ ସାରା ଷ୍ଟେସନ ଧୂଆଁମୟ ହୋଇ ଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସମେତ ଭାଡ଼ି ଭିତରେ ଥିବା ଯାତ୍ରୀମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ । ତେବେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ । ଅନ୍ୟପକ୍ଷରେ ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ବିଶେଷ ଆହତ ହୋଇନଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିବାରେ ଅଗ୍ନିଶମ ବାହିନୀ ସଫଳ ହୋଇଛି । କିନ୍ତୁ ବାରମ୍ବାର ଟ୍ରେନରେ ଏପରି ଦୁର୍ଘଟଣା ବର୍ତ୍ତମାନ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି କରିଛି ।

Get real time updates directly on you device, subscribe now.