ପୁଣି ଏକ ବିରାଟ ଟ୍ରେନ ଦୁର୍ଘଟଣା: ଟ୍ରାକରୁ ଖସିଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ, ୮ଟି ବଗି…

ନୂଆଦିଲ୍ଲୀ: ରେଲୱେ ଟ୍ରାକ ଛାଡ଼ି ଚାଲିଯାଇଛି ଲୋକମାନ୍ୟ ତିଲକ ଏକ୍ସପ୍ରେସ । ଆମାସ ଦେଇ ଯାଉଥିବା ଟ୍ରେନ ସଂଖ୍ୟା ୨୫୨୦ ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନସ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି । ଡିବାଲୋଙ୍ଗ ଷ୍ଟେସନରେ ଏହି ଟ୍ରେନ ଟ୍ରାକରୁ ଖସି ଯାଇଥିବା ଜାଣିବାକୁ ମିଳିଛି । ଟ୍ରେନର ପାୱାର କାର ଏବଂ ଇଞ୍ଜିନ ସମେତ ୮ଟି ବଗି ଟ୍ରାକରୁ ଖସି ଯାଇଥିବା ଦେଖାଯାଇଛି । ଅଗରତାଲାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏହିି ଟ୍ରେନ ଆସାମନ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

ଭାରତୀୟ ରେଲୱେ ପ୍ରବକ୍ତା ଏ ନେଇ କହିଛନ୍ତି ଯେ, ଲୋକମାନ୍ୟ ତିଲକ ଏକ୍ସପ୍ରେସ ଆସାମର ଡିବାଲୋଙ୍ଗ ଷ୍ଟେସନରେ ମଧ୍ୟାହ୍ନ ପ୍ରାୟ ୩.୫୫ ସମୟରେ ଟ୍ରାକରୁ ଖସିଯାଇଛି । ତେବେ ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇ ନଥିବା ବେଳେ ବିଶେଷ କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ କରିଛନ୍ତି ପ୍ରବକ୍ତା । ଏହାପରେ ସେ କହିଛନ୍ତି ଯେ, ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନସ ଏକ୍ସପ୍ରେସର ୮ଟି ବଗି ଟ୍ରାକରୁ ଖସି ବାହାରକୁ ଚାଲିଯାଇଛି । ତେବେ ଲୁମଡିଙ୍ଗ ଡିଭିଜନ୍ ଅନ୍ତର୍ଗତ ଲୁମଡିଙ୍ଗ-ବର୍ଡରପୁର ହିଲ୍ ସେକ୍ସନରେ ଏହି ଦୁର୍ଘଟଣା ଘଟିଯାଇଛି ।

ତେବେ ଏହି ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଟ୍ରେନ୍ ଦୁର୍ଘଟଣା ପରେ ରେଲୱେ ତରଫରୁ ଲୁମଡିଙ୍ଗରେ ହେଲ୍ପଲାଇନ୍ ଜାରି କରିଛି ।

୦୩୬୭୪୨୬୩୧୨୦
୦୩୬୭୪୨୬୩୧୨୬

ଉଦ୍ଧାରକାର୍ଯ୍ୟର ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀ ପହଞ୍ଚିଥିବା ବେଳେ ଲମଡିଙ୍ଗରୁ ଦୁର୍ଘଟଣାରୁ ସୁରକ୍ଷା ଦେବା ପାଇଁ ଚିକିତ୍ସା ଟ୍ରେନ ଘଟଣାସ୍ଥଳ ଅଭିମୁଖେ ବାହାରି ଯାଇଛି । ଲମଡିଙ୍ଗ-ବଦରପୁର ଏକଲ ଲାଇନ୍ ପାହାଡ଼ ଖଣ୍ଡରେ ଟ୍ରେନ ଚଳାଚଳ ସ୍ଥଗିତ କରାଯାଇଛି । ତେବେ ଉଦ୍ଧାରକାର୍ଯ୍ୟର ତଦାରଖ ପାଇଁ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.