fbpx

ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ: ୬ ତାରିଖରୁ ପୁଣି ବର୍ଷାରେ ଭିଜିବ ସାରା ଓଡ଼ିଶା

Advertisement

ଭୁବନେଶ୍ୱର: ରାଜ୍ୟରେ ଚଳିତ ମାସ ୬ ତାରିଖରେ ବଙ୍ଗୋପସାଗରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ୭ ତାରିଖ ବେଳକୁ ଏହି ବର୍ଷାର ପରିମାଣ ବଢିବାନେଇ ପାଣିପାଗ ବିଭାଗ ଆକଳନ କରିଛି । ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ନେଇ ଅନୁମାନ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସକ୍ରିୟ ରହିଛି । ଏହାର ପ୍ରଭାବ ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ବିଶେଷ କରି ଏହି ବର୍ଷାର ପ୍ରଭାବ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ହେବାର ସମ୍ଭାବନା ରହିଛି ।

ସେହିପରି ଜୁନ ମାସରୁ ଆରମ୍ଭ କରି ଏପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ କମ ପରିମାଣରେ ବର୍ଷା ହୋଇଛି । ଓଡିଶାରେ ଚଳିତ ମାସରେ ସ୍ୱାଭାବିକ ଠାରୁ ୨୬ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଭିତରୁ ମୟୁରଭଞ୍ଜର ସବୁଠୁ କମ ବର୍ଷା ହୋଇଛି । ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ୨୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ରେକର୍ଡ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.