ଚିକିତ୍ସାରେ ଉତ୍କଳ ହସ୍ପିଟାଲର କାର୍ଡିଆକ୍ କେୟାରର ଆଉ ଏକ ମାଇଲଷ୍ଟୋନ, ରଚିଲା ନୂଆ ଇତିହାସ, ଏମିତି କରିବାରେ ରାଜ୍ୟରେ ପ୍ରଥମ…

୭୬ ବର୍ଷ ବୟସର ଜଣେ ପୁରୁଷ  ଯିଏ ୧୨ ବର୍ଷ ପୂର୍ବରୁ ମିଟ୍ରାଲ୍ ଭାଲ୍ଭ୍ ରିପ୍ଲେସମେଣ୍ଟ ସର୍ଜେରୀ କରାଇଥିଲେ।

ଓଡ଼ିଶା ଭାସ୍କର: ଉତ୍କଳ ହସ୍ପିଟାଲସ୍ଥିତ  ଉନ୍ନତ କାର୍ଡିଆକ୍ କେୟାର ଆଉ ଗୋଟିଏ ଐତିହାସିକ ସଫଳତା ସାଧନ କରିଛି । ଟ୍ରାନ୍ସକାଥେଟର୍ ମିଟ୍ରାଲ୍ ଭାଲ୍ଭ୍ ରିପ୍ଲେସମେଣ୍ଟ (TMVR) ପ୍ରକ୍ରିୟାକୁ ସଫଳ ଭାବେ ସମାପନ କରାଯାଇଛି। ଏହି ସଫଳତା, ଓଡ଼ିଶାର ଲୋକଙ୍କ ପାଇଁ ଉଚ୍ଚମାନଙ୍କୀୟ, ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଆଣିବାରେ ହସ୍ପିଟାଲର ସମର୍ପଣକୁ ପୁଣିଥରେ ପ୍ରମାଣ କରିଛି। କହିରଖୁ, ଡା. ନାରାୟଣ ପ୍ରତିହାରୀ (କାର୍ଡିଆକ୍ ଅନେସ୍ଥେସିଓଲୋଜିଷ୍ଟ) ସହିତ କ୍ୟାଥ୍ ଲ୍ୟାବ୍ ଏବଂ CCU ଦଳର ସହଯୋଗରେ ପ୍ରକ୍ରିୟାକୁ ସଫଳତାର ସହିତ ସମ୍ପନ୍ନ କରାଯାଇଛି ।

ଓଡ଼ିଶା ପାଇଁ ଐତିହାସିକ ଘଟଣା:

୭୬ ବର୍ଷ ବୟସର ଜଣେ ପୁରୁଷ  ଯିଏ ୧୨ ବର୍ଷ ପୂର୍ବରୁ ମିଟ୍ରାଲ୍ ଭାଲ୍ଭ୍ ରିପ୍ଲେସମେଣ୍ଟ ସର୍ଜେରୀ କରାଇଥିଲେ। ସେ ଗୁରୁତର ମିଟ୍ରାଲ୍ ରିଗର୍ଜିଟେସନ୍ (MR) ସମସ୍ୟା ସହିତ ଆସିଥିଲେ। ଔଷଧରେ କୌଣସି ସୁଧାର ନହେବା ସହିତ ସେ ପୁଣିଥରେ surgery ପାଇଁ ଅଯୋଗ୍ୟ ଥିଲେ।

ଏହି ଗୁରୁତର ପରିସ୍ଥିତିରେ ଡା. ସୁଶାନ୍ତ ପ୍ରଧାନ (ସିନିୟର୍ ଇଣ୍ଟରଭେନସନାଲ୍ କାର୍ଡିଓଲୋଜିଷ୍ଟ)ଙ୍କ ନେତୃତ୍ୱରେ ହାର୍ଟ୍ ଟିମ୍ TMVR କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଡା. ବିରଞ୍ଚିଙ୍କ ସହଯୋଗରେ ପ୍ରକ୍ରିୟାକୁ ସଫଳ କରାଯାଇଛି ବୋଲି ହସ୍ପିଟାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

TMVR କ’ଣ?

ଟ୍ରାନ୍ସକାଥେଟର୍ ମିଟ୍ରାଲ୍ ଭାଲ୍ଭ୍ ରିପ୍ଲେସମେଣ୍ଟ (TMVR) ହେଉଛି ଗୋଟିଏ ମିନିମାଲି ଇନଭେସିଭ୍ ପ୍ରକ୍ରିୟା, ଯାହା କ୍ଷତିଗ୍ରସ୍ତ ମିଟ୍ରାଲ୍ ଭାଲ୍ଭ୍କୁକୁ ଖୋଲା-ହୃଦୟ ସର୍ଜରୀ  ବିନା ବଦଳା ଯାଇପାରେ। ଏହା ଗୁରୁତର ମିଟ୍ରାଲ୍ ଭାଲ୍ଭ୍ ରୋଗ (ମିଟ୍ରାଲ୍ ଷ୍ଟେନୋସିସ୍ କିମ୍ବା ମିଟ୍ରାଲ୍ ରିଗର୍ଜିଟେସନ୍) ରୋଗୀ, ବିଶେଷକରି ବୟସ୍କ ଏବଂ ଉଚ୍ଚ-ସର୍ଜିକାଲ୍-ରିସ୍କ ରୋଗୀମାନଙ୍କ ପାଇଁ ଉପଯୁକ୍ତ।

TMVR ୩ ପ୍ରକାରରେ କରାଯାଏ:

• ଭାଲ୍ଭ୍-ଇନ୍-ଭାଲ୍ଭ୍ (ViV): ପୂର୍ବରୁ ପ୍ରତିସ୍ଥାପିତ ବାୟୋପ୍ରୋସ୍ଥେଟିକ୍ ଭାଲ୍ଭ୍ କ୍ଷୟିତ ହେଲେ।

• ଭାଲ୍ଭ୍-ଇନ୍-ରିଙ୍ଗ୍ (ViR): ସର୍ଜିକାଲ୍ ମିଟ୍ରାଲ୍ ଭାଲ୍ଭ୍ ରିପେୟାର୍ ବିଫଳ ହେଲେ।

• ଭାଲ୍ଭ୍-ଇନ୍-ମିଟ୍ରାଲ୍ ଆନ୍ୟୁଲାର୍ କ୍ୟାଲ୍ସିଫିକେସନ୍ (ViMAC): ମିଟ୍ରାଲ୍ ଭାଲ୍ଭ୍ ଆନ୍ୟୁଲସ୍ ରେ ଗୁରୁତର କ୍ୟାଲ୍ସିଫିକେସନ୍ ଥିଲେ।

ଗବେଷଣାରୁ ଦେଖାଯାଇଛି ଯେ, ୧୦ ବର୍ଷରେ ୨୦%-୩୫% ରୋଗୀଙ୍କୁ ପୁଣିଥରେ ସର୍ଜରୀ କରିବାକୁ ପଡ଼େ। ରିଡୋ ସର୍ଜରୀ ବୟସ୍କ ରୋଗୀମାନଙ୍କ ପାଇଁ ଅତ୍ୟଧିକ ବିପଦ (ମୃତ୍ୟୁହାର ୫%-୧୨%)। ଏମିତି ପରିସ୍ଥିତିରେ TMVR ସୁରକ୍ଷିତ ବିକଳ୍ପ।

ଏହି ସଫଳତାରେ ଚେୟାରମ୍ୟାନ୍,ଡକ୍ଟର ଅଦିତ୍ୟ କୁମାର ସାମଲ CEO ଶ୍ରୀ ବି.କେ.ସୁବୋଧ ସିଂହ ଏବଂ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି:

“ଏହି ଅବିସ୍ମରଣୀୟ ସଫଳତା ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଗୋଟିଏ ମାଇଲଷ୍ଟୋନ। ଉତ୍କଳ ହସ୍ପିଟାଲ୍ ବିଶ୍ୱସ୍ତରୀୟ କାର୍ଡିଆକ୍ ଚିକିତ୍ସାକୁ ଓଡ଼ିଶାର ଲୋକଙ୍କ ପାଇଁ ଉପଲବ୍ଧ କରାଇବାରେ ସମର୍ପିତ।”

ଓଡ଼ିଶାରେ ପ୍ରଥମ:

ଏହି ସଫଳ TMVR ସହିତ, ଉତ୍କଳ ହସ୍ପିଟାଲ୍ ପୁଣିଥରେ ପ୍ରମାଣ କରିଛି ଯେ ସେ ଆଧୁନିକ, ମିନିମାଲି ଇନଭେସିଭ୍ କାର୍ଡିଆକ୍ ଚିକିତ୍ସାରେ ଅଗ୍ରଣୀ।

ଏହାରେ ଅନେକ ରୋଗୀଙ୍କ ପାଇଁ ନୂଆ ଆଶା ସୃଷ୍ଟି ହେଲା, ଯେଉଁମାନଙ୍କ ପାଖରେ ପୂର୍ବରୁ କୌଣସି ବିକଳ୍ପ ନଥିଲା ।

 

ଉତ୍କଳ ହସ୍ପିଟାଲ୍ – ପ୍ରତ୍ୟେକ ହୃଦୟର ସୁରକ୍ଷା, ସୁସ୍ଥତା ଏବଂ ଆଶା।