ବାଲେଶ୍ୱର: ପୁଣି ଥରେ ଖଣି ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରର ଜଳେଶ୍ୱରଠାରେ। ଆଗରୁ ମଧ୍ୟ ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଠି ବାଲି ମାଫିଆ ମାଇନିଙ୍ଗ ଅଫିସର ତାପସ କୁମାର ବେହେରାଙ୍କ ଉପରେ ଆକ୍ରମଣ କରିଥିଲେ।
ପୁଣି ସେହିପରି ଆଉ ଏକ ଘଟଣା ବାଲେଶ୍ୱରର ଜଳେଶ୍ୱର ନିକଟବର୍ତ୍ତୀ ସୁବର୍ଣ୍ଣରେଖା ନଦୀପଠା ଚାଲନ୍ତି ନିକଟରେ ଦେଖିବାକୁ ମିଳିଛି। ବେଆଇନ ବାଲି ଉତ୍ତୋଳନ କରିବା ସମୟରେ ଡକ୍ୟୁମେଣ୍ଟ ଯାଞ୍ଚ ବେଳେ ଚଢ଼ାଉ କରିବା ଫଳରେ ବାଲି ମାଫିଆଙ୍କ ଶିକାର ହୋଇଥିଲେ ଖଣି ଅଧିକାରୀ ଜିତେନ୍ଦ୍ର ଦାସ।
ଏହି ଘଟଣା ବିଳମ୍ବିତ ରାତିରେ ଘଟିଥିଲା। ଯାହା ସମ୍ପର୍କରେ ଜଳେଶ୍ୱର ଥାନାରେ ଏତଲା ଦିଆଯାଇଛି ଏବଂ ଏହାର ତଦନ୍ତ ଚାଲିଛି।