fbpx

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବଡ ସଫଳତା: ଆଉ ଏକ ମଶା ଜରିଆରେ ହେବ ପ୍ରୋଟେକ୍ସନ

ଭୁବନେଶ୍ୱର: ଏଣିକି ମଶା ଯୋଗୁଁ ବ୍ୟାପୁଥିବା ଡେଙ୍ଗୁ ଏବଂ ଚିକୁନଗୁନିଆ ରୋଗ ନିୟନ୍ତ୍ରଣ ହୋଇପାରିବ । ଆଉ ପୂର୍ବ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରିବ ନାହିଁ । ଏହାର ନିୟନ୍ତ୍ରଣ ପାଇଁ ଗବେଷଣାରେ ମିଳିଛି ବଡ ସଫଳତା । ଏ ନେଇ ICMR-VCRC ସୂଚନା ଦେଇଛନ୍ତି ।

ବିଷକୁ ବିଷ କାଟିଲା ଭଳି ଏବେ ମଶା ଦ୍ୱାରା ବ୍ୟାପୁତିବା ଡେଙ୍ଗୁ ଏବଂ ଚିକୁନଗୁନିଆ ରୋଗକୁ ନିୟନ୍ତ୍ରଣ କରିବ ଆଉ ଏକ ମଶା । ଏକ ନୂଆ ପ୍ରକାରର ମାଇ ମଶା ଜରିଆରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ । ଏହି ମଶା ଉଭୟ ରୋଗର ସଂକ୍ରମଣକୁ ନିୟନ୍ତ୍ରଣ କରିବ ବୋଲି ଗବେଷଣାରୁ ଜଣାଯାଇଛି । ଏ ନେଇ ICMR-VCRC ନିର୍ଦ୍ଦେଶକ ଡଃ ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି ।

ତେବେ ଏ ପର୍ଯ୍ୟନ୍ତ ଏହି ଗବେଷଣାକୁ ସରକାରଙ୍କ ତରଫରୁ ଅନୁମତି ମିଳିନାହିଁ । ସରକାରଙ୍କ ଅନୁମତି ପରେ ଏହି ଗବେଷଣା କାର୍ଯ୍ୟକାରୀ ହୋଇ ପାରିବ । ଯାହାଦ୍ୱାରା ପ୍ରତିବର୍ଷ ଡେଙ୍ଗୁ ଏବଂ ଚିକୁନଗୁନିଆ ଭଳି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଥିବା ଅନେକ ଲୋକଙ୍କୁ ରକ୍ଷା କରାଯାଇ ପାରିବ ।

Get real time updates directly on you device, subscribe now.