fbpx

IPL-2023 ରେ ଲାଗୁ ହେଲା ନୂଆ ନିୟମ: ଛୋଟ ଭୁଲ ଦଳ ପାଇଁ ମହଙ୍ଗା ପଡିପାରେ

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଛି ଆଇପିଏଲ ୨୦୨୩ । ଟୁର୍ଣ୍ଣାମେଣ୍ଟ ଯେତେ ପାଖେଇ ଆସୁଛି, ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ସେତେ ବଢିବାରେ ଲାଗିଛି । କାରଣ ଏହି ସିଜନରେ ଅନେକ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ‘ଇମ୍ପାକ୍ଟ ପ୍ଲେୟର’ ନିୟମ ଲାଗୁ ହେବା ପରେ ବର୍ତ୍ତମାନ ଆଉ ଏକ ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛି ଆଇପିଏଲ-୨୦୨୩ ।

ଆଇପିଏଲର ଏହି ସିଜନରେ ଲାଗୁ ହେବାକୁ ଯାଉଥିବା ଏହି ନିୟମ ଫିଲ୍ଡିଂ ଏବଂ ଜଣେ ଫିଲ୍ଡର ସହ ଜଡିତ । ଏହି ନିୟମ କୌଣସି ମ୍ୟାଚର ପରିଣାମ ମଧ୍ୟ ବଦଳାଇ ଦେଇପାରେ । ତେବେ ଏହି ନୂଆ ନିୟମ ହେଉଛି ‘ଅନଫେୟର ମୁଭମେଣ୍ଟ’ । ନିୟମ ଅନୁସାରେ, ମ୍ୟାଚରେ ଫିଲ୍ଡିଂ ସମୟରେ ଯଦି କୌଣସି ଖେଳାଳି ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବାକୁ ଚେଷ୍ଟା କରନ୍ତି, ତେବେ ଦଳ ପାଇଁ ଏହା ମହଙ୍ଗା ପଡିବ । ଅମ୍ପାୟାର ଏହାକୁ ଡେଡ୍ ବଲ ଭାବରେ ଘୋଷଣା କରିବା ସହିତ ଏଥିପାଇଁ ବ୍ୟାଟିଂ ଟିମକୁ ୫ ରନ୍ ପେନାଲ୍ଟି ବାବଦରେ ଦିଆଯିବ । ବଲ ହାତରେ ନଥିଲେ ମଧ୍ୟ ଯଦି ଖେଳାଳି ବ୍ୟାଟ୍ସମ୍ୟାନଙ୍କୁ ମିଛରେ ଡରାଇବା ଭଳି ଆକ୍ସନ ବି କରନ୍ତି, ସେଥିପାଇଁ ମଧ୍ୟ ଏହି ନିୟମ ଲାଗୁ ହୋଇପାରେ ।

ତେବେ ଏହି ନିୟମ ୨୦୧୭ରେ ଲାଗୁ ହୋଇଥିବା ଫେକ୍ ନିୟମ ଭଳି ହୋଇଥାଏ । ଏଥିରେ ମଧ୍ୟ ଫିଲ୍ଡର ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବା ଭଳି କିଛି କରନ୍ତି କିମ୍ବା ତାଙ୍କୁ ରୋକିବାକୁ ଚେଷ୍ଟା କରନ୍ତି ତେବେ ନିୟମ ଅନୁସାରେ ବୋଲିଂ ଟିମକୁ ଏହାର ପରିବଣାମ ଭୋଗିବାକୁ ପଡିବ । ସେହି ବଲରେ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ହୋଇଥିବା ରନ୍ ବ୍ୟତୀତ ୫ ରନ୍ ପେନାଲ୍ଟି ଦେବେ ଅମ୍ପାୟାର ।

ପୂର୍ବରୁ ଏହି ନିୟମରେ ଦଣ୍ଡିତ ହୋଇସାରିଛନ୍ତି ଷ୍ଟାର କ୍ରିକେଟର ମାର୍ନସ ଲାବୁସେନ୍ । ୨୦୧୭ ସେପ୍ଟେମ୍ବର ୨୮ ତାରିଖରେ ଏହି ନିୟମ ଲାଗୁ ହୋଇଥିବା ବେଳେ ଏହାର ଦୁଇ ଦିନ ପରେ ହିଁ ଲାବୁସେନ ଧରା ପଡିଯାଇଥିଲେ । ଘରୋଇ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ-୧୧ ବିପକ୍ଷରେ ଫିଲ୍ଡିଂ ସମୟରେ ସେ ବଲ ହାତରେ ଥାଇ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ଏପରି ଦେଖାଇଥିଲେ ଯେପରି ତାଙ୍କ ହାତରେ ବଲ୍ ଅଛି । ଏହାପରେ ପ୍ରଥମ ଖେଳାଳି ଭାବରେ ସେ ଏହି ନିୟମ ଅଧୀନରେ ଦଣ୍ଡତ ହୋଇଛନ୍ତି ।

Get real time updates directly on you device, subscribe now.