fbpx

ଆଉ ଏକ ମହାମେଣ୍ଟ ସମ୍ଭାବନା: ଲାଲୁ ଓ ମୁଲାୟମଙ୍କ ଚାୟ ପେ ଚର୍ଚ୍ଚା

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଆଉ ଏକ ମେଣ୍ଟକୁ ନେଇ ରାଜନୀତି ସରଗରମ ହୋଇଛି । ନିର୍ବାଚନ ପୂର୍ବରୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବ ପରସ୍ପରକୁ ସୋମବାର ଭେଟିବା ନୂତନ ରାଜନୈତିକ ସମ୍ଭାବନା ସୃଷ୍ଟି କରିଛି । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଅଖିଳେଶଙ୍କ ଟ୍ୱିଟ ପରେ ଏହି ଦୁଇ ଦଳ ଏକତ୍ରିତ ହୋଇ ଉତ୍ତର ପ୍ରଦେଶ ନିର୍ବାଚନୀ ମଇଦାନକୁ ଓହ୍ଲାଇବାର ସମ୍ଭାବନା ସୃଷ୍ଟି ହୋଇଛି ।

ଅଖିଳେଶଙ୍କ ଟ୍ୱିଟ୍ ପରେ ଲାଲୁ ପ୍ରସାଦ ଯାଦବ ମଧ୍ୟ ସମାନ ଫଟୋକୁ ଟ୍ୱିଟ୍ କରିଥିଲେ । ବରିଷ୍ଠ ସମାଜବାଦୀ ପାର୍ଟି ନେତା ଓ ସାଥୀ ମୁଲାୟମଙ୍କ ସହ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଲି । ଦେଶରେ ବର୍ତ୍ତମାନର ରାଜନୈତିକ ଅବସ୍ଥା, ଶିକ୍ଷା, ଦାରିଦ୍ର୍ୟ, ବେରୋଜଗାରୀ ଉପରେ ଆମର ମତାମତ ରଖିବା ସହିତ ଏହା ଉପରେ ବିଶଦ ଆଲୋଚନା କଲୁ । ଦେଶକୁ ବର୍ତ୍ତମାନ କେଳ ପୁଞ୍ଜିବାଦ ଓ ସାମ୍ରଜ୍ୟାବାଦର ଆବଶ୍ୟକତା ନୁହେଁ ବରଂ ଲୋକ ସମତା ଓ ସମାଜବାଦର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ଲାଲୁ ଟ୍ୱିଟ କରିଥିଲେ । ଜାମିନରେ ଆସିଥିବା ଲାଲୁ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ନିଜ ଝିଅ ସାଂସଦ ମୀସା ଭାରତୀଙ୍କ ଘରେ ରହୁଥିବା ଲାଲୁ ଏହା ପୂର୍ବରୁ ଏନସିପି ନେତା ଶରଦ ପୱାରଙ୍କୁ ମଧ୍ୟ ଭେଟିଥିଲେ ।

Get real time updates directly on you device, subscribe now.