fbpx

କୁନ୍ଦ୍ରାଙ୍କ ଗିରଫଦାରୀ ପରେ ମୁହଁ ଖୋଲିଲେ ଶିଳ୍ପା, କହିଲେ- ‘ମୁଁ ଚୁପ୍ ରହିବି, କିନ୍ତୁ ମୋ ପିଲାଙ୍କ ପ୍ରାଇଭେସିକୁ ଧ୍ୟାନରେ ରଖନ୍ତୁ’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବେ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଚର୍ଚ୍ଚାରେ ରହିଛନ୍ତି । ମିଡିଆରେ ତାଙ୍କ ସମ୍ପର୍କରେ ନାନା ପ୍ରକାରର ଖବର ପ୍ରକାଶ ପାଉଛି । ରାଜ୍ କୁନ୍ଦ୍ରା ଏବେ ପର୍ଣ୍ଣୋଗ୍ରାଫୀ ମାମଲାରେ ଜେଲ୍ ରେ ରହିଛନ୍ତି । ପୋଲିସ୍ ତାଙ୍କ କାରବାରକୁ ନେଇ ଯାଞ୍ଚ ଚଳାଇଛି । ତେବେ ଇତି ମଧ୍ୟରେ ଶିଳ୍ପାକୁ ନେଇ ଅନେକ ପ୍ରକାରର ଗୁଜବ ସହିତ କିଛି ମିଥ୍ୟା ତଥ୍ୟ ପ୍ରଚାର ପ୍ରସାର କରାଯାଉଛି । ତେଣୁ ଏହାକୁ ନେଇ ସେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ସମୟ ସହିତ ସବୁ ସତ ଉପରୁ ପରଦା ହଟିବ ଏବଂ ଏବେ ଚୁପ୍ ଅଛି ଓ ଆଗକୁ ବି ଚୁପ୍ ରହିବି ।

ଶିଳ୍ପା ଏହି ପରିପ୍ରେକ୍ଷୀରେ ଏକ ଲମ୍ବା ଚଉଡା ବୟାନ ଜାରି କରିଛନ୍ତି । ସେ ଲେଖିଛନ୍ତି ଯେ, “ଗତ କିଛି ଦିନ ହେବ ସମୟ ଖୁବ୍ ଖରାପ ଚାଲିଛି । ଅନେକ ଗୁଜବ ଏବଂ ଆରୋପ ମୋ ଉପରେ ଲଗାଯାଉଛି । ମିଡିଆ ଓ ମୋ ଶୁଭଚିନ୍ତକ ମାନେ ମୋତେ ନେଇ ଅନେକ ପ୍ରକାରର କଥା କହୁଛନ୍ତି । ଖାଲି ମତେ ନୂହେଁ ମୋ ପୂରା ପରିବାରକୁ ନେଇ କୁହାଯାଉଛି । କିନ୍ତୁ ମୁଁ ଏହି ମାମଲାରେ କିଛି ବି କହିବାକୁ ଚାହୁଁନି । ମୋତେ ନେଇ ମିଛ ସତ କୁହନ୍ତୁ ନାହିଁ” ।

ସେ ଆଗକୁ ଲେଖିଛନ୍ତି ଯେ, “ଜଣେ ସେଲିବ୍ରିଟି ହିସାବରେ ମୋ ଫିଲୋସୋଫୀ ଏହା ଯେ, କେବେ ଅଭିଯୋଗ କରନି କି ସଫେଇ ବି ଦିଅନି । ତେଣୁ ମୁଁ କେବଳ ଏହା କହିବି ଯେ, ଯାଞ୍ଚ ଚାଲିଛି । ମୋର ମୁମ୍ବାଇ ପୋଲିସ୍ ଏବଂ କ୍ରାଇମବ୍ରାଞ୍ଚ ଉପରେ ପୂରା ଭରସା ଅଛି । ଗୋଟେ ମା’ ହିସାବରେ କହିବାକୁ ଚାହିଁବି ଯେ, ମୋ ପରିବାର ଓ ପିଲାମାନଙ୍କ ପାଇଁ ଆମ ପରିବାରର ଅସମ୍ମାନ କରନ୍ତୁ ନାହିଁ । ଅଧା ଅଧୁରା ସୂଚନାକୁ ନେଇ ଆମ ପରିବାର ଉପରେ କମେଣ୍ଟ କରନ୍ତୁ ନାହିଁ” ।

ସୂଚନାଯୋଗ୍ୟ, ଜୁଲାଇ ୧୯ ତାରିଖରେ ରାଜ୍ କୁନ୍ଦ୍ରାଙ୍କୁ ପର୍ଣ୍ଣ ଫିଲ୍ମ ତିଆରି ଆପ୍ ରେ ଅପଲୋଡ୍ କରିବା ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଏନେଇ କୁନ୍ଦ୍ରାଙ୍କୁ ପଚରାଉଚରା କରାଯିବା ପରେ ଶିଳ୍ପାଙ୍କୁ ମଧ୍ୟ ଜେରା କରାଯାଇଥିଲା । ଏଥିରେ ସେ ରାଜ୍ କୁନ୍ଦ୍ରାଙ୍କ ସପକ୍ଷରେ ମତ ଦେଇଥିଲେ । ଆଉ କହିଥିଲେ ଯେ, ତାଙ୍କ ସ୍ୱାମୀ ପର୍ଣ୍ଣ ଫିଲ୍ମ ନୁହେଁ ବରଂ ଏରୋଟିମ୍ ଫିଲ୍ମ କରନ୍ତି ।

Get real time updates directly on you device, subscribe now.