ରୋହିତଙ୍କ ଅପେକ୍ଷାରେ ନୂଆ ରେକର୍ଡ : ଦ୍ୱିତୀୟ ଟି-୨୦ରେ ହାସଲ କରିପାରନ୍ତି ହିଟମ୍ୟାନ

ଧର୍ମଶାଳା: ଜଣେ ବ୍ୟାଟ୍ସମ୍ୟାନ ଏବଂ ଅଧିନାୟକ ଭାବରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି ରୋହିତ ଶର୍ମା । ସେହିପରି ଆଉ ଏକ ରେକର୍ଡ ତାଙ୍କ ଅପେକ୍ଷାରେ ରହିଛି । ଶ୍ରୀଲଙ୍କା ବିପିକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଏହି ରେକର୍ଡ ମଧ୍ୟ ହାସଲ କରିବେ ବୋଲି ଆଶା କରିଛନ୍ତି ତାଙ୍କ ପ୍ରଶଂସକ । ଅଧିନାୟକ ଭାବରେ ୧୦୦୦ ରନ ପୂରଣ କରିବାରେ ସେ କରି ପାରନ୍ତି ବିଶ୍ୱ ରେକର୍ଡ । ପ୍ରଥମ ମ୍ୟାଚରେ ଟି-୨୦ରେ ସବୁଠୁ ଅଧିକ ରନ ସଂଗ୍ରହ କରିବାର ରେକର୍ଡ ନିଜ ନାମରେ କରିଥିଲେ ।

ଆରୋନ ଫିଞ୍ଚ- ୬୧ ମ୍ୟାଚ, ୧୮୦୨ ରନ
କେନ ୱିଲିୟମସନ- ୫୬ ମ୍ୟାଚ, ୧୫୯୯ ରନ
ବିରାଟ କୋହଲି- ୫୦ ମ୍ୟାଚ, ୧୫୭୦ ରନ
ଇଓନ ମୋର୍ଗାନ- ୭୨ ମ୍ୟାଚ, ୧୪୬୯ ରନ
ବାବର ଆଜମ- ୪୦ ମ୍ୟାଚ, ୧୩୩୦ ରନ
ଫାଫ ଡୁ ପ୍ଲେସିସ- ୪୦ ମ୍ୟାଚ, ୧୨୭୩ ରନ
ଏମ ଏସ ଧୋନୀ- ୭୨ ମ୍ୟାଚ, ୧୧୧୨ ରନ
ଅସଗର ଅଫଗାନ- ୫୨ ମ୍ୟାଚ, ୧୦୨୦ ରନ
ଡବ୍ଲ୍ୟୁ ପୋଟରଫିଲ୍ଡ- ୫୬ ମ୍ୟାଚ, ୧୦୦୨ ରନ
ରୋହିତ ଶର୍ମା- ୨୬ ମ୍ୟାଚ, ୯୮୧ ରନ

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଅଧିନାୟକ ଭାବରେ ୧୦୦୦ ରନ ପୂରଣ କରିବାର ସୁଯୋଗ ରହିଛି । ତେବେ ଏମିତି କରିବାରେ ସେ ତୃତୀୟ ଭାରତୀୟ ଅଧିନାୟକ ହେବେ । ପୂର୍ବରୁ ଦେଶର ମହାନ ଅଧିନାୟକ ଏମ.ଏସ ଧୋନୀ ଏବଂ ବିରାଟ କୋହଲି ଏହି ରେକର୍ଡରେ ନିଜ ନାମ ସାମିଲ କରି ସାରିଛନ୍ତି । ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜକୁ ଟି-୨୦ରେ କ୍ଲିନ ସ୍ୱିପ କରିବା ପରେ ଏବେ ରୋହିତଭ୍କ ନଜରରେ ରହିଛି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ । ଅଧିନାୟକ ହେବା ପରେ ଲଗାତାର ୧୦ଟି ଟି-୨୦ ମ୍ୟାଚ ଜିତି ସାରିଛନ୍ତି ରୋହିତ । ଆଜିର ମ୍ୟାଚ ସହିତ ସେ ସବୁଠୁ ଅଧିକ ଯି-୨୦ ମ୍ୟାଚ ଖେଳିବାର ରେକର୍ଡରେ ଶୋଏବ ମଲିକଙ୍କ ସମକକ୍ଷ ହେବେ । ଶୋଏବ ଏ ପର୍ଯ୍ୟନ୍ତ ୧୨୪ ମ୍ୟାଚ ଖେଳିଥିବା ବେଳେ ରୋହିତ ୧୨୩ ମ୍ୟାଚ ଖେଳି ସାରିଛନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ତାଙ୍କ କ୍ୟାରିୟରର ୧୨୪ତମ ମ୍ୟାଚ ହେବ ।