ବାଲେଶ୍ୱର: ପୁଣି ବାଲେଶ୍ୱରରେ ଘଟିଯାଇଛି ଆଉ ଏକ ଟ୍ରେନ୍ ଦୁର୍ଘଟଣା । ବାହାନଗା ପରେ ସବିରା ଷ୍ଟେସନରେ ରକ୍ତମୁଖା ସାଜିଛି ଲୌହଦାନବ । ଟ୍ରାକରୁ ଖସି ଯାତ୍ରୀଙ୍କ ଉପରେ ଚଢିଯାଇଛି ଏହି ଟ୍ରେନ । ଫଳରେ ଘଟରାସ୍ଥଳରେ ହିଁ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ଏକ ବଡ ଦୁର୍ଘଟଣା ହେବା ପୂର୍ବରୁ ଏହାକୁ ରୋକିବାରେ ସଫଳତା ମିଳିପାରିଛି । ନଚେତ ବାହାନଗା ଦୁର୍ଘଟଣାର ପୁଣି ଏକ ସମାନ ଘଟଣା ଦେଖିବାକୁ ମିଳିଥାନ୍ତା ।
ପୁଣି ବାଲେଶ୍ୱର ଷ୍ଟେସନରେ ଅଘଟିଲା ବଡ଼ ଦୁର୍ଘଟଣା । ଆଜି ଟ୍ରେନ୍ ଟ୍ରକାରେ କଟି ଦୁଇ ଜଣ ଯୁବକ ମୃତ୍ୟୁବରଣ କରିଛନ୍ତି । ଟ୍ରାକରୁ ଖସି ସେମାନଙ୍କ ଉପରେ ଟ୍ରେନ ମାଡ଼ଯିବାରୁ ଦୁଇ ଯୁବକ ପ୍ରାଣ ହରାଇଛନ୍ତି । ଜଣେ ଯୁବକ ବିଶାଖାପାଟଣାର ଘରୋଇ କମ୍ପାନୀରେ ଇଲେକଟ୍ରିସିଆନ ଭାବେ କାମ କରନ୍ତି କାମ କରିବାକୁ ଯାଉଥିଲେ । ବିଶାଖାପଟଣାରୁ ଘରକୁ ଆସିଥିଲେ । ପରିବାର ସହ ସିମୟ ବିତାଇବା ପରେ ସକାଳୁ ବାହାରି ପଡିଥିଲେ ନିଜ କର୍ମକ୍ଷେତ୍ରକୁ । ଆଜି ସକାଳ ଡାଉନ୍ ଜଗନ୍ନାଥ ଏକ୍ସପ୍ରେସ ବିଶାଖାପାଟଣା ଯାଉଥିବା ବେଳେ ସବିରା ଷ୍ଟେସନରୁ କିଛି ଦୂରରେ କୌଣସି କାରଣ ବଶତଃ ଟ୍ରେନରୁ ସେ ଖସିପଡିଥିଲେ । ଏହାପରେ ଟ୍ରେନ୍ ଚକା ତଳେ ପଡିଯିବା ଫଳରେ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଏହି ଯୁବକ ।
ସେହିପରି ବାଲେଶ୍ୱର ଜିଲ୍ଲା ସୋର ମଙ୍ଗଳପୁର ନୂଆସାହି ଅଂଚଳର ଜଣେ ଯୁବକ ହରେକୃଷ୍ଣ ପାଣ୍ଡେ ଟ୍ରେନ୍ ଆଗକୁ ଡେଇଁ ପଡି ନିଜ ଜୀବନ ହାରିଦେଇଛନ୍ତି । କାହିଁକି ଏମିତି ହରେକୃଷ୍ଣ ଟ୍ରେନ୍ ସମ୍ମୁଖକୁ ଡେଇଁ ପଡିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି । ତେବେ ପ୍ରେମ ପାଇଁ ଯୁବକ ଜଣକ ଏପରି କାଣ୍ଡ ଘଟାଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।