fbpx

ଭାରତର ବିଭିନ୍ନ ସ୍ଥାନରେ ଇସ୍ରାଏଲ୍ ଓ ଆମେରିକା ବିରୋଧୀ ନାରାବାଜି, ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିସବୁ ରାଜ୍ୟରେ ଜାରି ହେଲା ହାଇ ଆଲର୍ଟ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଭାରତରେ ବି ଏହାକୁ ନେଇ ବିଦ୍ରୋହର ସ୍ୱର ଶୁଣିବାକୁ ମିଳିଲାଣି । ଶୁକ୍ରବାର ଜାମ୍ମୁ କାଶ୍ମୀରର ବଡଗାଓଁରେ ଇସ୍ରାଏଲ୍ ଓ ଆମେରିକା ବିରୋଧୀ ନାରାବାଜି ଦେଖିବାକୁ ମିଳିଛି । ଏହି ନାରାବାଜି ମସଜିଦ୍‌ରେ ନମାଜ ପାଠ ପରେ ଦେଖିବାକୁ ମିଳିଥିଲା । ଏହି ସମୟରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ରୀତ ହୋଇ ନାରାବାଜି କରିଥିଲେ । ଲୋକମାନେ ନିଜ ହାତରେ ବ୍ୟାନର ଧରିଥିଲେ ଯେଉଁଥିରେ ଇସ୍ରାଏଲ ଓ ଆମେରିକା ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରା ସହିତ ଧାର୍ମିକ ନାରାମାନ ବି ଲେଖାଯାଇଥିଲା । ଏହି ନାରାବାଜି ପରେ ଭାରତରେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ ଓ କାଶ୍ମୀର ସହିତ ବହୁ ରାଜ୍ୟରେ ହାଇ ଆଲର୍ଟ ଜାରି କରିଦିଆଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଭାରତ ଲଗାତର ଇସ୍ରାଏଲକୁ ନିଜର ସମର୍ଥନ ଦେଇ ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆକ୍ରମଣ ପରେ ନିଜର ବୟାନ ଜାରି କରି କହିଥିଲେ କି ଏହି ଦୁଃଖ ସମୟରେ ଭାରତ ସଂପୂର୍ଣ୍ଣ ଭାବରେ ଇସ୍ରାଏଲ ସହ ରହିଛି । ଅନ୍ୟପକ୍ଷରେ ଗତ ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପ୍ରଧାନମନ୍ତ୍ରୀଙ୍‌କୁ ଫୋନ୍ କରି ଦେଶର ଅବସ୍ଥା ବିଷୟରେ ସୂଚନା ଦେଇଛନ୍ତି ।

ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧର ସ୍ଥିତି ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଗୁରୁବାର ଇସ୍ରାଏଲ କହିଛି ଯେ ପର୍ଯ୍ୟନ୍ତ ହମାସ ତାହାର ୧୫୦ ନାଗରିକଙ୍କୁ ମୁକ୍ତ କରିନାହିଁ ସେ ପର୍ଯ୍ୟନ୍ତ ଗାଜାରେ କୌଣସି ବି ଆବଶ୍ୟକୀୟ ଜିନିଷକୁ ଅନୁମତି ମିଳିବ ନାହିଁ । ଇସ୍ରାଏଲ ଦ୍ୱାରା ଗାଜାର ୨୩ ଲକ୍ଷ ଲୋକଙ୍କ ଲାଗି ଖାଦ୍ୟ, ପାନୀୟ, ଇନ୍ଧନ, ବିଜୁଳୀ ଯୋଗାଣ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହାକୁ ନେଇ ଜାତିସଂଘ ପକ୍ଷରୁ ବି ଉଦବେଗ ପ୍ରକାଶ ପାଇଛି ।

Get real time updates directly on you device, subscribe now.