fbpx
BSKY SKY
BSKY SKY

ବେଡରେ ପରିସ୍ରା କରିବା ପ୍ରକୃତରେ ଏକ ରୋଗ, ଚିନ୍ତା କର ନାହିଁ! ପ୍ରଥମେ ଏହାର କାରଣ ଜାଣନ୍ତୁ

BSKY

ପିଲାମାନଙ୍କଠାରେ ବେଡରେ ପରିସ୍ରା କରିବାର ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ବଡ଼ମାନଙ୍କ ସହ ମଧ୍ୟ ହୋଇପାରେ । ତେବେ ଏହା କୌଣସି ସାଧାରଣ ସମସ୍ୟା ନୁହେଁ, ବରଂ ଏହା ଏକ ରୋଗ ଯେଉଁଥିରେ ବ୍ୟକ୍ତି ନିଦରେ ହଜିଯାଏ । ଏହା ପରେ ବ୍ୟକ୍ତି ଏହା ବୁଝିପାରିନଥାଏ କି ତାକୁ କେବେ ପରିସ୍ରା ଲାଗିଲା ଓ କେବେ ସେ ଶେଯରେ ପରିସ୍ରା କଲା । ଏପରି ପରିସ୍ଥିତିରେ ମେଡିକାଲ ସାଇନ୍ସ ପାଖରେ ଏହାର ଉତ୍ତର ରହିଛି ।

ତେବେ ଏହି ରୋଗକୁ ନକଟୁରନାଲ ଏନ୍ୟୁରେସିସ୍ କୁହାଯାଏ । ଏପରି ଅନେକ ଚିକିତ୍ସା ଅବସ୍ଥା ଅଛି, ଯାହା ନକଟୁରନାଲ ଏନ୍ୟୁରେସିସ୍ ସୃଷ୍ଟି କରିପାରେ, ଯେପରିକି ମୂତ୍ରନଳୀ ସଂକ୍ରମଣ (ୟୁଟିଆଇ) ଏବଂ ବ୍ଲାଡର ସହ ଜଡ଼ିତ ଅବସ୍ଥା । ଏହା ବ୍ୟତୀତ ଏହାର ଅନେକ କାରଣ ଅଛି, ଆସନ୍ତୁ ଜାଣିବା…

ନକଟୁରନାଲ ଏନ୍ୟୁରେସିସରେ, ଜଣେ ବ୍ୟକ୍ତି ଶୋଇବା ସମୟରେ ନିଜ ବ୍ଲାଡର ଉପରେ ନିୟନ୍ତ୍ରଣ ହରାଇଥାଏ । ଏହି କାରଣରୁ ଶୋଇବା ସମୟରେ ପରିସ୍ରା ମାଡ଼ିଥାଏ ଓ ଶେଯ ଓଦା ହୋଇଯାଏ । ଏହା ସହିତ ଶରୀର ରାତିରେ ଏଡିଏଚ ନାମକ ଏକ ଆଣ୍ଟିଡିୟୁରେଟିକ୍ ହରମୋନ୍ ଉତ୍ପାଦନ କରିଥାଏ, ଯାହାକି ଆପଣ ଶୋଇବା ସମୟରେ କିଡନୀ ଦ୍ୱାରା ପରିସ୍ରା ଉତ୍ପାଦନକୁ ମନ୍ଥର କରିଦିଏ । ଏନ୍ୟୁରେସିସ୍ ରୋଗୀଙ୍କ କ୍ଷେତ୍ରରେ ଏହି ହରମୋନ୍ ପରିସ୍ରା ଉତ୍ପାଦନକୁ ମନ୍ଥର କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦିତ ହୁଏ ନାହିଁ, ଯାହା ପ୍ରାୟତଃ ଶେଯ ଓଦାର କାରଣ ହୋଇଥାଏ । ଏହା ବ୍ୟତୀତ ଶୋଇବା ସମୟରେ ପରିସ୍ରା କରିବାର ଅନେକ କାରଣ ଥାଇପାରେ । ଯେପରି

– ଡାଇୟୁରେଟିକ୍ ଫ୍ଲୁଇଡ୍ ଗ୍ରହଣ ।
– ଶୋଇବା ପୂର୍ବରୁ ପ୍ରଚୁର ପାଣି ପିଇବା ।
– ଅତ୍ୟଧିକ ମଦ୍ୟପାନ କରିବା ।
-ଗର୍ଭଧାରଣ
-ବୟସ ଅଧିକ ହେବା

ରାତିରେ ବେଡ ଉପରେ ପରିସ୍ରା କିପରି ବନ୍ଦ କରିବେ?
ଆପଣ ରାତିର ଏନ୍ୟୁରେସିସ୍ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିପାରିବେ । ଯଥା
– ଶୋଇବା ପୂର୍ବରୁ ତରଳ ପଦାର୍ଥ ଖାଇବା ଠାରୁ ଦୂରେଇ ରୁହନ୍ତୁ ।
– ଅପରାହ୍ନ ଏବଂ ସନ୍ଧ୍ୟାରେ ତରଳ ପଦାର୍ଥ ସେବନ ସୀମିତ କରତିବା, ଯାହା ରାତିରେ ପରିସ୍ରା ପରିମାଣକୁ ହ୍ରାସ କରିଥାଏ ।
– କଫିନ୍ ଏବଂ ମଦ୍ୟପାନ ସେବନକୁ ହ୍ରାସ କରନ୍ତୁ କିମ୍ବା ଏଡାନ୍ତୁ । ଏଗୁଡ଼ିକ ଡାଇୟୁରେଟିକ୍ସ ପରି କାମ କରେ ।
– ବେଡୱେଟିଂ ଆଲାର୍ମ ସିଷ୍ଟମର ସାହାଯ୍ୟ ନିଅ ।
– ପ୍ରତିଦିନ ରାତିରେ ଜାଗ୍ରତ ହେବା ଏବଂ ପରିସ୍ରା କରିବା ପାଇଁ ଏକ ଆଲାର୍ମ ସେଟ୍ କରନ୍ତୁ, ଯାହା ଦ୍ୱାରା ବେଡରେ ପରିସ୍ରାକୁ ରୋକାଯାଇପାରିବ ।

Get real time updates directly on you device, subscribe now.