fbpx

ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତାକୁ ଆସିଲେନି ଅନୁଭବ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବିବାଦର କୌଣସି ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଅନ୍ୟପଟେ ଆଜି ଏସଡିଜେଏମ କୋଟଙ୍କ ମଧ୍ୟସ୍ଥତା କେନ୍ଦ୍ରକୁ ଅନୁଭବ ମହାନ୍ତି ଆସିନଥିବା ଜଣାପଡିଛି । ଏସଡିଜେଏମ କୋର୍ଟ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଥିଲେ । ମଧ୍ୟସ୍ଥତା ପାଇଁ ଆଜି ଦିନ ଧାର୍ଯ୍ୟ କରିଥିଲେ ଏସଡିଜେଏମ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ଚାଲିଥିବାରୁ ସମୟ ମାଗିଛନ୍ତି ଅନୁଭବ । ଆବଶ୍ୟକ ପଡିଲେ ପରବର୍ତ୍ତୀ ସମୟରେ ଆସିବେ ବୋଲି ଅନୁଭବ କହିଛନ୍ତି । ଆସନ୍ତା ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.