fbpx

ବଡ଼ ଖବର; ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ମହାନ୍ତି: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । କିଛି ଦିନରୁ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡିରୁ ଦୂରେଇ ଯାଇଛନ୍ତି ଅନୁଭବ । ଦଳରୁ ଇସ୍ତଫା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖି ଜଣାଇଛନ୍ତି । ତେବେ ଦଳ ଛାଡ଼ିବା ନେଇ ଅନୁଭବ କୌଣସି କାରଣ ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି ।

୨୦୧୯ ମସିହା ନିର୍ବାଚନରେ କେନ୍ଦ୍ରାପଡ଼ା ରାଜ୍ୟସଭା ଆସନରୁ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ ଅନୁଭବ । ପୂର୍ବରୁ ବିଜେଡି ଟିକେଟରେ ସେ ରାଜ୍ୟସଭା ଯାଇଥିଲେ । ଦଳ ଭିତରେ କୋଣଠେସା ହେବା ନେଇ ସେ ଅସନ୍ତୋଷ ରହିଥିଲେ । ତେବେ ପାରିବାରିକ ବିବାଦ ପରେ ଅନୁଭବ ଦଳଠାରୁ ଦୂରେଇ ଯାଇଥିଲେ । ବର୍ତ୍ତମାନ ବିଜୁ ଜନତା ଦଳରୁ ସେ ଇସ୍ତଫା ଦେଇଛନ୍ତି ।

Get real time updates directly on you device, subscribe now.