fbpx

ପାକିସ୍ତାନ ଚୋରି କରୁଛି ଭାରତର ବାସୁମତୀ, ଚିନ୍ତାରେ ଭାରତୀୟ କୃଷି ବିଜ୍ଞାନୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ବଦନାମ ପାକିସ୍ତାନ ଏବେ ଭାରତର ଚାଉଳ ଚୋରାଇବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ବାସୁମତୀର ଉନ୍ନତ କିସମ ବିହନ ଚୋରାରେ ନେଇ ଏବେ ତାହା ଚାଷ କରୁଛି । ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା(IARI) ର ବୈଜ୍ଞାନିକ ମାନେ ସୂଚନା ପାଇଛନ୍ତି କି ଭାରତ ଦ୍ୱାରା ବିକଶିତ ବାସୁମତୀର ୬ ପ୍ରକାର ଉନ୍ନତ ବିହନ ଚୋରୀ କରି ପାକିସ୍ତାନ ଅବୈଧ ଉପାୟରେ ଚାଷ କରୁଛି ଓ ବିକ୍ରୀ ବି କରୁଛି । ପାକିସ୍ତାନର ମୁଲତାନ, ବହାବଳନଗର, ହାଫିଜାବାଦ ପରି ଅଞ୍ଚଳରେ କାମ କରୁଥିବା ବହୁ ବିହନ କମ୍ପାନୀ ଏପରି ଭିଡିଓ ଜାରି କରିଛନ୍ତି ଯାହା ଭାରତର କୃଷି ବୈଜ୍ଞାନିକଙ୍କ ଟେନସନ୍ ବଢାଇ ଦେଇଛି ।

ପାକିସ୍ତାନରେ ଭାରତୀୟ କୃଷି ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ବାସୁମତୀ ଚାଉଳର ଉନ୍ନତ ଓ ଅଧିକ ଅମଳକ୍ଷମ ବିହନର ଚୋରୀ ଓ ଅବୈଧ ଉପାୟରେ ଚାଷକୁ ନେଇ ଏବେ ଟେନସନ୍‌ରେ ଭାରତୀୟ କୃଷି ବିଜ୍ଞାନୀ । ୨୦୨୩ରେ ଆମ ଦେଶରେ ମୋଟ ୨୧ ଲକ୍ଷ ହେକ୍ଟର ଜମିରେ ସୁଗନ୍ଧିତ ବାସୁମତୀ ଚାଉଳ ଚାଷ ହୋଇଛି । ଏଥିମଧ୍ୟରୁ ୮୯% କୃଷକ ଆଇଆର୍‌ଏଆଇ ଦ୍ୱାରା ବିକଶିତ ବାସୁମତୀ ବିହନର ଉପଯୋଗ କରିଛନ୍ତି ।

ଆଇଆର୍‌ଏଆଇ ଦ୍ୱାରା ବିକଶିତ ବାସୁମତୀ ପାରମ୍ପରିକ ବାସୁମତୀ ଠାରୁ କମ୍ ଦିନରେ ଅଧିକ ଅମଳ ତ ଦେଇଥାଏ ଏହା ସହିତ ଏହି ଧାନ ଗଛର ଉଚ୍ଚତା ବି କମ୍ ହୋଇଥାଏ । ଆଇଆର୍‌ଏଆଇ ଲଗାତର ବାସୁମତୀର ନୂଆ ନୂଆ କିସମ ବିକଶିତ କରୁଛି ।

ଭାରତୀୟ କୃଷି ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପାକିସ୍ତାନ ବହୁଦିନରୁ ଭାରତର ବାସୁମତୀ ଚୋରି କରୁଛି । ଆଇଆର୍‌ଏଆଇ ଦ୍ୱାରା ବାସୁମତୀର ନୂଆ କିସମ ଜାରି ହେବାର କିଛି ବର୍ଷ ପରେ ପାକିସ୍ତାନ ମଧ୍ୟ ଏହାର ନାମ ପରିବର୍ତ୍ତନ କରି ଏହାକୁ ଜାରି କରୁଛି । ଯଦିଓ ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନରେ ବାସୁମତୀ ରପ୍ତାନୀ ହ୍ରାସ ପାଇଛି ତଥାପି ଭାରତୀୟ ବାସୁମତୀ କିସମର ଚୋରି ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି ।

Get real time updates directly on you device, subscribe now.