(video)କହୁ କହୁ ବଡ଼ କଥା କହିଦେଲେ ଅନୁଭବ, ଯଦି କାହା ସହ ସମ୍ପର୍କ ଅଛି ବାହା ହେଇଯାଅ ବର୍ଷା

ଅନୁଭବ ନୁହେଁ ବିବାହ ବନ୍ଧନରେ ବାନ୍ଧିହେବେ ବର୍ଷା ପ୍ରିୟଦର୍ଶିନି! ସିଧାସଳଖ ନକହି ଇସାରାରେ ସବୁ କହିଦେଲେ ଅନୁଭବ। କାହା ସହ ଅଛି ବର୍ଷାଙ୍କ ସମ୍ପର୍କ?

ଭୁବନେଶ୍ୱର: ନକହି ନକହି ବୋହୁତ କିଛି କହିଦେଲେ ଅଭିନେତା ଅନୁଭବ ମହାନ୍ତି। ପରୋକ୍ଷରେ କହିଦିଲେ ବର୍ଷାଙ୍କର ଅଛି ଅନ୍ୟ କେଉଁଠି ସମ୍ପର୍କି। ଯାହା ପାଇଁ ହୋଇଗଲା ଦୁହିଁଙ୍କ ଭିତରେ ଡିଭୋର୍ସ।

ଏକଥା ଆମେ କହୁନାହୁଁ। ବରଂ ନିଜେ ଅନୁଭବ ମହାନ୍ତି ହସି ହସି ଏକଥା କହିଛନ୍ତି। ଯଦି ବର୍ଷା ତୁମର ଆଉ କାହା ସହ ସମ୍ପର୍କ ଅଛି, ତାହାଲେ ତାଙ୍କୁ ବାହା ହୋଇଯାଅ। ଆଉ ଖୁସିରେ ରୁହ।

ବହି ପବ୍ଲିସ: ଗତକାଲି ଭୁବନେଶ୍ବରରେ ଉନ୍ମୋଚିତ ହୋଇଛି ଦିଲ୍ଲୀ ସାମ୍ୱାଦିକା ଜାଗ୍ରତି ଶୁକ୍ଳା ଲେଖିଥିବା ‘ଅନୁଭବ’ ପୁସ୍ତକ। ଯେଉଁଥିରେ ଅନୁଭବଙ୍କ ବ୍ଲକବଷ୍ଟରଠୁ ଆରମ୍ଭ କରି ବାଲାଟପେପର ପର୍ଯ୍ୟନ୍ତ ସମସ୍ତ ଟିକିନିକି ବିସୟରେ ଲେଖାଯାଇଛି।

ଆଉ ବର୍ଷାଙ୍କ ଓ୍ୱାଇଫ ଚଳଚ୍ଚିତ୍ର ତହଳ ପକାଇଥିବା ବେଳେ ରାମବାଣ ଛାଡ଼ିଛନ୍ତି ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ ଜାଗ୍ରତି ଶୁକ୍ଳା। ଆଉ ଏହି ବହିଟି ତିନୋଟି ଭାଷାରେ ଲେଖାଯାଇଛି। ହିନ୍ଦି, ଇଂରାଜୀ ଓ ଓଡ଼ିଆ।

ଆଉ ଏହି ବହିର ଉନ୍ମୋଚନ ଅବସରରେ ଅନୁଭବଙ୍କ ପରିବାର ସମେତ ଅନେକ ବଡ଼ ବଡ଼ କଳାକାର ଓ ଅନୁଭବ, ଜାଗ୍ରତି ମଧ୍ୟ ଉପସ୍ଥିତ ଥିଲେ। ଯେଉଁଠାରେ ଅନୁଭବ ନକହି ନକହି ଇସାରାରେ ବୋହୁତ କିଛି କହିଦେଇଛନ୍ତି। ଯାହାପରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବିବାହ କରିବେ ବର୍ଷା: ବହି ଉନ୍ମୋଚନ ଅବସରରେ ଅନୁଭବ କିଛି ମନର କଥା ବ୍ୟକ୍ତ କରିବା ସମୟରେ ବର୍ଷାଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ଆଉ କହିଛନ୍ତି ଯଦି ତୁମର କାହା ସହ ସମ୍ପର୍କ ଅଛି ତାହାଲେ ତୁମେ ବାହା ହୋଇଯାଅ। ଆଉ ଖୁସିରେ ରୁହ।

ଯାହାପରେ ଅନେକ ଚର୍ଚ୍ଚା ଜୋର ଧରିଛି। କି ସାଧାରଣରେ ଚର୍ଚ୍ଚା ହେଉଛି ପୂର୍ବରୁ ବୋଧହୁଏ ଏମାନଙ୍କ ଦାମ୍ପତ୍ୟ ଜୀବନରେ ସେହିପରି କିଛି ଘଟଣା ଘଟିଛି। ସେଥିପାଇଁ ଅନୁଭବ ସିଧାସଳଖ ନକହି ମଧ୍ୟ ଇସାରାରେ ସବୁ କିଛି କହିଦେଲେ।

କି ବର୍ଷାଙ୍କର ଆଉ କାହା ସହ ସମ୍ପର୍କ ରହିଛି। ଯେଉଁଥିପାଇଁ ସେମାନଙ୍କ ଭିତରେ ଏତେବଡ ଝଡ ବୋହିଗଲା। ଆଉ ଶେଷରେ ଦୁହିଁଙ୍କ ମଧ୍ୟରେ ବିଚ୍ଛେଦ୍ୟ ହେଲା।