ଉନ୍ମୋଚିତ ହେଲା ଅନୁଭବଙ୍କ ବାୟୋଗ୍ରାଫି, ଜାଗୃତିଙ୍କ ବହିରେ ସୁପରଷ୍ଟାରଙ୍କର ଅକୁହା କଥା..କହିଲେ ଫ୍ୟାନ୍ସ ନିରାଶ ହେବେ ନାହିଁ
ଜାଗୃତିଙ୍କ ବହିରେ ଅନୁଭବଙ୍କ ଜୀବନୀ । ଅନୁଭବଙ୍କ ଫ୍ୟାନ୍ସମାନେ ଖୁସି ଖବର ପାଇବେ କହିଲେ ବାନ୍ଧବୀ ।
ଭୁବନେଶ୍ବର: ଉନ୍ମୋଚିତ ହେଲା ବ୍ଲକବଷ୍ଟରରୁ ବାଲେଟ ବକ୍ସ । ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫିର ଲେଖିକା ସାମ୍ବାଦିକା ଜାଗୃତି ଶୁକ୍ଲା ରହିଥିବା ବେଳେ କାଲି ଭୁବନେଶ୍ବରରେ ଏହା ଉନ୍ମୋଚିତ ହୋଇଛି । ଏହାକୁ ଓଡ଼ିଆରେ ଅନୁବାଦ କରିଛନ୍ତି ମାନସ ପଢ଼ିଆରୀ।
ଭୁବନେଶ୍ୱରର ଏକ ତାରକା ହୋଟେଲଠାରେ ଆୟୋଜିତ ଏହି ଲଂଚ ଇଭେଂଟରେ ଚଳଚ୍ଚିତ୍ର, ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଟାଇମ୍ପାସ୍ ପବ୍ଲିକେସନ୍ ଦ୍ୱାରା ଏହା ପ୍ରକାଶିତ ହୋଇଛି ।
ବହିରେ ଅନୁଭବଙ୍କ ଅକୁହା କଥା ଲେଖାଯାଇଛି । ଏଥିରେ ଅନୁଭବ ଜାଗୃତିଙ୍କୁ ନେଇ କିଛି ରୋଚକା କଥା ଲେଖିଛନ୍ତି । ଅନୁଭବଙ୍କ ରାଜନୈତିକ କ୍ୟାରିୟରଠୁ ନେଇ ବିବାହ ବିଚ୍ଛେଦ ଯାଏଁ ସବୁ କିଛି ଲେଖାଯାଇଛି ।
ଏହି ଲଞ୍ଚିଂ ପୋଗ୍ରାମରେ ଓଡ଼ିଆ ସିନେମାର କୁନା ତ୍ରିପାଠୀ, ମନ୍ମଥ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବୁଦ୍ଧାଦିତ୍ୟ ଙ୍କ ଭଳି ଭେଟରାନ ଅଭିନେତା, ସଙ୍ଗୀତଜ୍ଞ ଉପସ୍ଥିତ ଥିଲେ । ବିବାହିତ ପୁରୁଷ ଆତ୍ମହତ୍ୟା ବଢୁଥିବା ବେଳେ ପୁରୁଷଙ୍କ ପ୍ରତି ଅତ୍ୟାଚାର କଥା ସାମ୍ନାକୁ ଆସିବା ଦରକାର ବୋଲି ଅନୁଭବ କହିଛନ୍ତି ।
ଅନ୍ୟପଟେ ଜାଗୃତି କହିଥିଲେ, ଆଗକୁ ଅନୁଭବଙ୍କ ଫ୍ୟାନ୍ସମାନେ ଖୁସି ଖବର ପାଇବେ । ଏହି ବହି ଲେଖିବା ପାଇଁ ତାଙ୍କୁ 4ରୁ 5 ବର୍ଷ ଲାଗିଥିବା କଥା ସେ କହିଛନ୍ତି ।