fbpx

ଜ୍ୱାଇଁ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ମା’

ବାରଣାସୀ: ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଅପନା ଦଳର ସଂସ୍ଥାପକ ସ୍ୱର୍ଗତ ସୋନେଲାଲ ପଟେଲଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଜାରି ରହିଛି ବାକ୍ ଯୁଦ୍ଧ । ଦୁଇ ଦିନ ପେୂର୍ବ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ସାନ ଭଉଣୀ ଅମନ ପଟେଲ ନିଜ ଭଉଣୀ ପଲ୍ଲବୀ ପଟେଲ ଏବଂ ତାଙ୍କ ସ୍ୱାମୀଙ୍କ ଉପରେ ବଳପୂର୍ବକ ସମ୍ପତ୍ତି ହାତେଇବା ଅଭିଯୋଗ ଆଣିବା ସହ ମା କୃଷ୍ଣା ପଟେଲଙ୍କ ସୂରକ୍ଷା ପାଇଁ ୟୁପି ଡିଜିପିଙ୍କୁ ପତ୍ର ଲେଖିବା ଘଟଣା ସାମ୍ନାକୁ ଆସିଥିଲା । ଏହାରି ଉପରେ ଶୁକ୍ରବାର ମା କୃଷ୍ଣା ପଟେଲ ନିଜେ ମିଡିଆ ସାମ୍ନାକୁ ଆସି କହିଥିଲେ ଅମନ ନିର୍ବୋଧ ଅଟନ୍ତି । କୌଣସି ଷଡ଼ଯନ୍ତ୍ର କରି ତାଙ୍କଦ୍ୱାରା ଏମିତି କୁହାଯାଇଛି ।

କୃଷ୍ଣା ପଟେଲ ନିଜ ଝିଅ ଏବଂ ଅପନା ଦଳର ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ସ୍ୱାମୀ ଆଶୀଷଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ ତାଙ୍କ ସ୍ୱାମୀ ତଥା ଅନୁପ୍ରିୟା ପଟେଲଙ୍କ ପିତା ସ୍ୱର୍ଗତ ସୋନେଲାଲ ପଟେଲଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି । ଅପନା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କୃଷ୍ଣା ପଟେଲ କହିଛନ୍ତି ଅନେକ ଦିନରୁ ମୋର ଆମ ପରିବାରକୁ ନେଇ ବହୁତ ଚର୍ଚ୍ଚା ହେଉଛି । ମୋର ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସେ କହିଛନ୍ତି ଏହି ସମ୍ପତ୍ତି ମୋର ଏବଂ ମୋର ସ୍ୱାମୀଙ୍କର । ମୁଁ ଯାହାକୁ ଚାହିଁବି ତାକୁ ଦେବି ।

ସେ କହିଛନ୍ତି ୨୦୧୨ରେ ଭାଜପା ସହ ମେଣ୍ଟ ହେବାପରେ ଆଶିଷ ଦଳକୁ ଦୁଇ ଭାଗ କରିଦେଇଛନ୍ତି । ଦଳ ଦୁର୍ବଳ ହୋଇଯାଇଛି । ମୋର ସାନ ଝିଅ ବାହାରେ ରହୁଥଲା ଏବେ ଏଠାକୁ ଆସିଛି । ତିନି ଝିଅଙ୍କର ବିବାହ ହୋଇସାରିଛି । ତେଣୁ ତାଙ୍କୁ କିଛି ଜଣାନାହଁ । ସେ କହିଛନ୍ତି ଅମନ ନିର୍ବୋଧ ତାଙ୍କୁ ଏମିତି କହିବାକୁ କେହି ଷଡଯନ୍ତ୍ର କରିଛି । ୨୦୧୨ଠାରୁ ମୁ ସୁରକ୍ଷା ଦାବି କରୁଛି । କିନ୍ତୁ ସହଯୋଗୀ ଦଳଙ୍କ ଯୋଗୁଁ ସୁରକ୍ଷା ମିଳିପାରୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଇମଧ୍ୟ ସୁରକ୍ଷା ମାଗିଥିଲେ ବି ମିଳିପାରିନାହିଁ ।

ସୂଚନାଯୋଗ୍ୟ, ୨୦୧୨ରେ ପଟେଲ ଙ୍କ ବାରଣାସୀର ରାହେନିୟା ସିଟ ରୁ ଜିତିବା ପରେ ଦଳ ଦୁଇ ଭାଗ ହୋଇଛି । ଗୋଟିଏ ହେଉଛି ଅପନା ଦଳ ଏବଂ ଅନ୍ୟଟି ଅପନା କମେରାବାଦୀ । କୃଷ୍ଣା ପଟେଲଙ୍କ ଦଳ ଅପନା ଦଳ କମେରାବାଦୀ ରେ ଅନୁପ୍ରିୟା ଙ୍କ ସାନ ଭଉଣୀ ପଲ୍ଲବୀ ପଟେଲ ସକ୍ରିୟ ଅଛନ୍ତି ଏବଂ ଅନୁପିୟା ପଟେଲଙ୍କ ଦଳ ଅପନା ଦଳ(ଏଏସ) ରେ ତାଙ୍କ ସ୍ୱମାୀ ଆଶିଷ ସକ୍ରିୟ ଅଛନ୍ତି । ଉଭୟ ଭଉଣୀଙ୍କ ମଧ୍ୟରେ କ୍ଷମତାକୁ ନେଇ ଅନେକ ଥର ପ୍ରତିଯୋଗିତା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.