fbpx

ରୋହିତଙ୍କ ବ୍ୟତୀତ ତିନି ଫର୍ମାଟରେ ଅଧିନାୟକ ହେବା ପାଇଁ ଅନ୍ୟ କେହି ବିକଳ୍ପ ନାହାନ୍ତି: ପୂର୍ବତନ ଚୟନକର୍ତ୍ତା

ନୂଆଦିଲ୍ଲୀ ୨୮।୦୧: ବିରାଟ କୋହଲିଙ୍କ ସ୍ଥାନରେ ଦିନିକିଆ ଏବଂ ଟି-୨୦ ଦଳରେ ରୋହିତ ଶର୍ମାଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ କରାଯାଇଛି। ସୁସ୍ଥ ହୋଇ ସେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଏବଂ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ସେ ଦଳର ନେତୃତ୍ଵ ନେବେ। ଅଧିନାୟକ ଭାବେ ଏହା ରୋହିତଙ୍କ ପ୍ରଥମ ଦିନିକିଆ ସିରିଜ୍ ହେବ। କୋହଲି ଟେଷ୍ଟ ଦଳର ଅଧିନାୟକ ଦାୟିତ୍ଵ ଛାଡି ସାରିଛନ୍ତି। ଏବେ ଚର୍ଚ୍ଚା ଜୋର ଧରିଛି ଯେ, ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ ମଧ୍ୟ କରାଯାଇପାରେ। ସେ ତିନି ଫର୍ମାଟରେ ଦଳର ନେତୃତ୍ଵ ନେଇ ପାରନ୍ତି।

ଏହି ସବୁ ଖବର ଉପରେ ଅନେକ ଦିଗ୍ଜ ନିଜର ରାୟ ଦେଇଛନ୍ତି। ଏହା ମଧ୍ୟରେ ପୂର୍ବତନ ବିସିସିଆଇ ଚୟନକର୍ତ୍ତା ସବା କରିମ ନିଜର ରାୟ ଦେଇଛନ୍ତି। ତାଙ୍କ ମତରେ ସାଂପ୍ରତିକ ସମୟରେ ରୋହିତଙ୍କ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତାଙ୍କୁ ତିନି ଫର୍ମାଟରେ ଅଧିନାୟକ କରାଯାଇପାରେ । ଯଦି ଏମିତି ହୁଏ ତେବେ ଏହା କିଛି ସମୟ ପାଇଁ ହିଁ ହେବ। ଭାରତୀୟ ଦଳ ପାଇଁ ୨୦୨୩ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି । ଆସନ୍ତା ବର୍ଷ ବିଶ୍ଵ କପ୍ ଏବଂ ଆଇସିସି ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତେଣୁ ଭାରତୀୟ ଦଳକୁ ଆସନ୍ତା ବର୍ଷ ଖେଳ ଉପରେ ଅଧିକ ଗୁରୁତ୍ଵ ଦେବାକୁ ପଡିବ।

ପୂର୍ବତନ ଚୟନକର୍ତ୍ତା କହିଛନ୍ତି, ବିସିସିଆଇ ଏବଂ ଦଳ ପ୍ରବନ୍ଧକଙ୍କୁ ଏମିତି ଜଣେ ଖେଳାଳିଙ୍କୁ ପ୍ରସ୍ତୁତ କରିବା ଉଚିତ୍, ଯିଏ ତିନି ଫର୍ମାଟ୍ ଖେଳିବା ସହ ଦଳର ନେତୃତ୍ଵ ନେଇ ପାରିବେ। ତେଣୁ ବର୍ତ୍ତମାନ ସମୟରେ ରୋହିତ ଜଣେ ଭଲ ବିକଳ୍ପ। କାରଣ କେଏଲ ରାହୁଲ ଏବଂ ଋଷଭ ପନ୍ତଙ୍କ ପରି ଖେଳାଳି ଏ ପର୍ଯ୍ୟନ୍ତ ଦଳର ନେତୃତ୍ଵ ନେବାକୁ ପ୍ରସ୍ତୁତ ନାହାନ୍ତି।

Get real time updates directly on you device, subscribe now.