fbpx

୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମସଙ୍ଗକୁ ପଛରେ ପକାଇଲା ଆପଲ 

ନୂଆଦିଲ୍ଲୀ: କରୋନା ମହାମାରୀ ପରଠାରୁ ସ୍ମାର୍ଟଫୋନ୍ ବଜାରରେ ମାନ୍ଦାବସ୍ଥା ଦେଖାଦେଇଥିଲା । ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମସଙ୍ଗକୁ ପଛରେ ପକାଇ ସ୍ମାର୍ଟଫୋନ୍ ଦୁନିଆରେ ଏକ ନମ୍ବର ସ୍ଥାନ ହାସଲ କରିଛି ଆପଲ୍ । ଇଣ୍ଟରନ୍ୟାସନାଲ ଡାଟା କର୍ପୋରେସନ (ଆଇଡିସି)ର ତଥ୍ୟ ଅନୁଯାୟୀ, ଗତବର୍ଷ ପଠାଯାଇଥିବା ଫୋନର ଏକ ପଞ୍ଚମାଂଶ ଆପଲ୍ ଆଇଫୋନ୍ ର ଥିଲା ।

ସାମସଙ୍ଗର ମାର୍କେଟ୍ ସେୟାର୍ ୧୯.୪% ଥିବା ବେଳେ ସାଓମି ତୃତୀୟ ସ୍ଥାନରେ ରହିଥିବା ବେଳେ ଓପୋ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଆଇଡିସି ରିପୋର୍ଟ ଅନୁଯାୟୀ, ଗତବର୍ଷ ପ୍ରାୟ ୧୨୦ ନିୟୁତ ସ୍ମାର୍ଟଫୋନ୍ ବିକ୍ରି ହୋଇଥିଲା, ଯାହା କି ପୂର୍ବ ବର୍ଷ ତୁଳନାରେ ୩ ପ୍ରତିଶତ କମ୍ । ଗତ ଏକ ଦଶନ୍ଧି ମଧ୍ୟରେ ସ୍ମାର୍ଟଫୋନ୍ ବିକ୍ରିର ଏହା ସର୍ବନିମ୍ନ ସଂଖ୍ୟା ।

Get real time updates directly on you device, subscribe now.