ଆଇଫୋନରେ ଆସିଲା ChatGPT, ରୋଲଆଉଟ ହେଲା iOS 18.2, ଜାଣନ୍ତୁ କେବେ ମିଳିବ AI ଫିଚର୍ସ

ନୂଆଦିଲ୍ଲୀ: Apple ୟୁଜର୍ସ ଏବଂ ଡେଭଲପର୍ସଙ୍କ ପାଇଁ iOS 18.2 ରିଲିଜ କରିଛି । କମ୍ପାନୀ ସାଧାରଣ ୟୁଜର୍ସଙ୍କ ପାଇଁ iOS 18.1 ଅପଡେଟ ରିଲିଜ କରିନାହିଁ । ଆପେଲର ଏହି ଅପଡେଟ Apple Intelligence ଫିଚର ସହ ଆସିଥାଏ, ଯାହାକୁ ଲୋକେ ବହୁ ସମୟ ଧରି ଅପେକ୍ଷା କରିଥିଲେ । କମ୍ପାନୀ ନିଜ ନେଚୁରାଲ ଡେଭଲପର୍ସ ଇଭେଣ୍ଟ WWDC 2024ରେ ଏହା ଉପରୁ ପରଦା ଉଠାଇଥିଲା । ଏଥିରେ ପ୍ଲେଗ୍ରାଉଣ୍ଡ, ଜୋନୋମୋଜୀ, ଚାଟଜିପିଟି ଇଣ୍ଟିଗ୍ରେସନ ସାମିଲ ରହିଛି ।

ରିପୋର୍ଟ ମୁତାବକ, Apple ଇଣ୍ଟେଲିଜେନ୍ସର ପ୍ରଥମ ଅପଡେଟ ୨୮ ଅକ୍ଟୋବରରେ iPhones ପାଇଁ ଜାରି ହେବ । ଏହାପରେ ଯେଉଁ ଅପଡେଟ ଆସିବ ସେଥିରେ ChatGPT  ଆସିବ । iOS 18.2ରେ କଷ୍ଟମାଇଜ୍‌ଡ ଇମୋଜୀ ପ୍ରସ୍ତୁତ କରୁଥିବା Genmoji ଟୁଲ ମଧ୍ୟ ପ୍ରଦାନ କରାଯାଇଛି । ଏହି ଟୁଲକୁ ମେସେଜ, ନୋଟସ, କିନୋଟ୍ସ ଏବଂ ଅନ୍ୟ ଆପରେ ବ୍ୟବହାର କରିପାରିବେ ।

ଏହି ନୂଆ ଅପଡେଟ ପରେ ଆପଣ ଯେବେବି ସିରି ସହ କଥା ହେବେ ସେତିକିବେଳେ ଆଇଫୋନର ଆସିଷ୍ଟାଣ୍ଟ ଚାଟଜିପିଟିକୁ ଏହାର ରିକ୍ୱେଷ୍ଟ ପଠାଇବ ଏବଂ ଆପଣଙ୍କୁ ଆହୁରି ଅଧିକ ସୂଚନା ଦେବ । ଏଥିପାଇଁ ଆପଣଙ୍କୁ କୌଣସି ChatGPT  ଆକାଉଣ୍ଟ ତିଆରି କରିବା ମଧ୍ୟ ଆବଶ୍ୟକ ନୁହେଁ ।

ଆଇଫୋନ ୧୬ ପାଇଁ ଏହି ଖାସ ଫିଚର ଆସିବାକୁ ଯାଉଛି, ଯାହା ସାହାଯ୍ୟରେ କୌଣସି ଅବଜେକ୍ଟ ଏବଂ ସ୍ଥାନର ପରିଚୟ କରାଇପାରିବ । ଏହାକୁ ବ୍ୟବହାର କରିବା ପାଇଁ କ୍ୟାମେରା କଣ୍ଟ୍ରୋଲ ବଟନକୁ ବହୁ ସମୟ ପର୍ଯ୍ୟନ୍ତ ଦବାଇ ରଖିବାକୁ ପଡିବ ଏବଂ ନିଜ ଫୋନକୁ ପଏଣ୍ଟ କରି ତାକୁ ବ୍ୟବହାର କରିବାକୁ ପଡିବ । ଏଥିସହ ଅବଜେକ୍ଟ ବିଷୟରେ ଆପଣ ଚାଟବିଟକୁ ପଚାରିପାରିବେ ।