fbpx

ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ବିବାହିତ ମହିଳାମାନଙ୍କୁ ଦେଉନାହାନ୍ତି ଚାକିରି, ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ଫକ୍ସକନ ଇଣ୍ଡିଆ ନିଜ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ କାମରେ ରଖୁନାହିଁ । ଏଥିରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ଦ୍ୱାରା ତାମିଲନାଡୁର ଶ୍ରମ ବିଭାଗରୁ ରିପୋର୍ଟ ମଗାଯାଇଛି । କେନ୍ଦ୍ରୀୟ ମନ୍ତ୍ରାଳୟ ୨୬ ଜୁନରେ ଏକ ବିବୃତ୍ତିରେ ବିବାହିତ ମହିଳାମାନଙ୍କୁ ଚାକିରିରେ ରଖୁନାହାନ୍ତି ।

ସୂଚନାନୁଯାୟୀ, ଆପଲ ଏବଂ ଆଇଫୋନ ତିଆରି କରୁଥିବା ଭାରତର ଫକ୍ସକୋନ କମ୍ପାନୀର ଦକ୍ଷିଣ ଭାରତର ପ୍ଲାଣ୍ଟରେ ବିବାହିତ ମହିଳାମାନଙ୍କୁ ଚାକିରିରେ ରଖିବାର ଆପ୍ଲିକେସନକୁ ରିଜେକ୍ଟ କରାଯାଉଛି।ମାର୍ଚ୍ଚ ୨୦୨୩ରେ ପାର୍ବତୀ ଏବଂ ଜାନକୀ ନାମକ ଦୁଇଜଣ ବିବାହିତ ମହିଳାଙ୍କ ଫକ୍ସକୋନ ଫ୍ୟାକ୍ଟ୍ରୀରେ ଚାକିରି କରିବାକୁ ଯାଉଛନ୍ତି । ଏହି ଦୁଇ ମହିଳାମାନଙ୍କ ବୟସ ବି ପାଖାପାଖି ୩୦ ବର୍ଷ ମଧ୍ୟରେ ।

ଯେତେବେଳେ ସେମାନେ ଚାକିରି ପାଇଁ ପ୍ଲାଣ୍ଟ ବାହାରେ ଛିଡା ହୋଇଥିବା ଗାର୍ଡଙ୍କୁ ପଚାରିଲେ, ସେହି ସମୟରେ ଗାର୍ଡ ତାଙ୍କୁ ବିବାହିତ କି ନୁହେଁ ବୋଲି ପ୍ରଶ୍ନ ପଚାରିଥିଲେ । ମହିଳାମାନେ ସେଠାରେ ହଁ ବୋଲି କହିଥିଲେ । ଏହା କହିବା ମାତ୍ରେ ଗାର୍ଡ ଜଣକ ସେମାନଙ୍କୁ ବାହାରୁ ହିଁ ବିଦା କରିଦେଇଥିଲେ । ଏହାପରେ ମମଲା ଚର୍ଚ୍ଚାରେ ଆସିଥିଲା । ଏହି ମାମଲାରେ ପାର୍ବତୀ କହିଛନ୍ତି ଯେ, ଯେଉଁ ଡ୍ରାଇଭର ତାଙ୍କୁ ବସ୍ ଷ୍ଟାଣ୍ଡରୁ ଫ୍ୟାକ୍ଟ୍ରୀ ପର୍ଯ୍ୟନ୍ତ ଆଣିଥିଲା ସେହି ଡ୍ରାଇଭର ବି କହିଥିଲେ ଏହି କମ୍ପାନୀ ବିବାହ କରିଥିବା ମହିଳାମାନଙ୍କୁ ଚାକିରି ଦେଉନାହିଁ ।

Get real time updates directly on you device, subscribe now.